ଚାନ୍ଦବାଲି ତହସିଲଦାର କରୋନା ପଜିଟିଭ୍ ଚିହ୍ନଟ, ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା

ଚାନ୍ଦବାଲି: ଦିନକୁ ଦିନ କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ଲୋକମାନଙ୍କ ମନରେ କରୋନା ଡର ସେତେ କମିନାହିଁ। ତେବେ କରୋନା ଦାଉରୁ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ପ୍ରମୁଖ ଯୋଦ୍ଧା ସାଜିଥିବା ଭଦ୍ରକ ଜିଲ୍ଲାର ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାଯାଇଛି। ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି।

ଗତ ଲଘୁଚାପ ଜନିତ ବର୍ଷା ଓ ୩ଦିନ ଧରି ଲୋକମାନଙ୍କୁ ବନ୍ୟା ଅଞ୍ଚଳରୁ ସଚେତନ କରାଉଥିବା ଏବଂ ବନ୍ୟାଘେରରେ ଫସି ରହିଥିବା ବିପନ୍ନ ମାନଙ୍କୁ ଉଦ୍ଧାର କରିବାକୁ ଯାଇଥଲେ ଚାନ୍ଦବାଲି ତହସିଲଦାର । ହେଲେ ଗତ ଶନିବାର ତାଙ୍କ ଦେହ ଅସୁସ୍ଥ ହୋଇ ପଡ଼ିବାରୁ ସେ ଫେରିଆସି ଟେଷ୍ଟ କରିଥିବା ବେଳେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିବା ଆଜି ଜଣାପଡ଼ିଛି । ଏବେ ତାଙ୍କ ସ୍ଥାନରେ ଚାନ୍ଦବାଲିର ଅତିରିକ୍ତ ତହସିଲଦାର ଦାୟିତ୍ବ ନିର୍ବାହ କରିବେ ବୋଲି ଜିଲ୍ଲାପାଳ ଜ୍ଞାନ ଦାସ ଟୁଇଟ୍ କରି ସୂଚନା ଦେଇଛନ୍ତି।

ଚାନ୍ଦବାଲି ତହସିଲଦାର ଏବେ ବି ଜ୍ବରରେ ପୀଡ଼ିତ ଅଛନ୍ତି , କିନ୍ତୁ ସେ ସୁସ୍ଥ ଅଛନ୍ତି ବୋଲି ଆମ ପ୍ରତିନିଧିଙ୍କୁ କହିଛନ୍ତି। ସୂଚନାଯୋଗ୍ୟ ଏବେ ରାଜ୍ୟରେ ବହୁ କରୋନା ଯୋଦ୍ଧା ପଜିଟିଭ୍ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର

Comments are closed.