ଅନ୍ତ୍ୟୋଦୟ ହିତାଧିକାରୀଙ୍କର ୪ ବର୍ଷର ରାସନ ସାମଗ୍ରୀ ହଡ଼ପ ଅଭିଯୋଗ

ଚାନ୍ଦବାଲି: ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ଲୋକମାନଙ୍କୁ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାର ଅନ୍ତ୍ୟୋଦୟ ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇଥିବା ବେଳେ ସାଧାରଣ ବଣ୍ଟନ ଦାୟିତ୍ୱରେ ଥିବା ରିଟେଲ ସମ୍ପୃକ୍ତ ହିତାଧିକାରୀଙ୍କୁ କାର୍ଡ଼ ପ୍ରଦାନ ନ କରିଥିବା ବେଳେ ତାଙ୍କ ଅଗୋଚରରେ ଦୀର୍ଘ ୩ ବର୍ଷ ହେବ ୧୭ କ୍ବିଣ୍ଟାଲ ରାସନ ସାମଗ୍ରୀ ଲୁଟ୍ କରିଥିବା ଅଭିଯୋଗ ହୋଇଛି । ତେବେ ରାସନ ସାମଗ୍ରୀ ପାଇବା ପାଇଁ ବର୍ଷ ବର୍ଷ ଧରି ସମ୍ପୃକ୍ତ ରିଟେଲରଙ୍କ ପାଖକୁ ଧାଇଁ ଧାଇଁ ନିରାଶ ହେବା ପରେ ଚଳିତ ଜୁନ୍, ଜୁଲାଇ ଏବଂ ଅଗଷ୍ଟ ଓ ସେପ୍ଟେମ୍ବର ୪ମାସର ୫କେଜି ଲେଖାଏଁ ୨୦ କେଜି ଦୟାରେ ଦେଇଥିବା କହିଛନ୍ତି ।

ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଳ୍ଲା ଚାନ୍ଦବାଲି ବ୍ଲକ ଓରାସାହୀ ପଂଚାୟତ ନେଢ଼ୁଆଳ ଗାଁରେ । ନେଢ଼ୁଆଳି ଗାଁର ବାରିଣୀ ସେଠୀଙ୍କ ସାନ ପୁଅ ସୈାଦାଗର ସେଠୀ ଜଣେ ପ୍ରବାସୀ ଓଡ଼ିଆ ଭାବରେ ବାହାର ରାଜ୍ୟରେ କାମ କରି ପରିବାର ଚଳାଉଥିବା ବେଳେ ଯଶୋବନ୍ତ ସେଠୀ ଘରେ ପତ୍ନୀ ଓ ଦୁଇ ପିଲାଙ୍କୁ ନେଇ ବହୁ ଦୁଃଖ କଷ୍ଟରେ ଚଳିଥାନ୍ତି । ହେଲେ କରୋନା ମହାମାରୀ ପାଇଁ ସୈାଦାଗର ସେଠୀ ନିଜ ଗାଁକୁ ଫେରିବା ପରେ ଅର୍ଥଭାବାରୁ ଖାଦ୍ୟ ସାମଗ୍ରୀ କରିବା ସମ୍ଭବ ହୋଇପରିନଥିଲା । ୨୦୧୭ ମସିହାରେ ଅଗଷ୍ଟ ମାସରେ ଅନ୍ତ୍ୟୋଦୟ କାର୍ଡ଼ ପାଇଁ ଆବଦନ କରିଥିବା ବେଳେ ଏନେଇ ବାରମ୍ବାର ଗାଁର ଜଣେ ରିଟେଲରକୁ କାର୍ଡ଼ ସମ୍ପର୍କରେ ପଚରା ଉଚରା କରିଥିଲେ । ହେଲେ ଏମାସ ହେବ ଆର ମାସ ହେବ କହି ଦିଗ ଗଡ଼େଇ ଚାଲିଥିଲେ । ତେବେ ସମ୍ପୃକ୍ତ ହିତାଧିକାରୀ ବାରମ୍ବାର ଦୈାଡ଼ିବାରୁ ସମ୍ପୃକ୍ତ ରିଟେଲର ତାଙ୍କୁ ମାସକୁ ୫କେଜି ଲେଖାଏଁ ୪ମାସର ୨୦କେଜି ଚାଉଳ ଦେଇଛନ୍ତି । ତେବେ ଚାଉଳ ପାଇବା ପରେ କାର୍ଡ଼ ମାଗିବାରୁ ରିଟେଲର ତାଙ୍କର କାର୍ଡ଼ ହୋଇନଥିବା କହିଥିଲେ । ତେବେ ଏନେଇ ତାଙ୍କର ସନ୍ଦେହ ହେବାରୁ ନିକଟସ୍ଥ ଏକ କମ୍ପ୍ୟୁଟର ଦୋକାନରୁ ତାଙ୍କ ଅର୍ନ୍ତଦ୍ୱୟ କାର୍ଡ଼ ସମ୍ପର୍କରେ ଖୋଳତାଡ଼ କରିବାରୁ ତାଙ୍କ ନାମରେ ଅର୍ନ୍ତଦ୍ୱୟ ତାଲିକାରେ ନାମ ଥିବା ଜାଣିପାକୁ ପାଇଥିଲେ । ହିତାଧିକାରୀ ଯଶୋବନ୍ତ ସେଠୀ କାର୍ଡ଼ ନମ୍ବର ୦୪୦୫୨୭୧୨୯୮୫ ଉଲ୍ଲେଖ ରହିଛି। ତେବେ ଏନେଇ ସମ୍ପୃକ୍ତ ହିତାଧୀକାରୀ ଅନ୍ତ୍ୟୋଦୟ ଯୋଜନାରେ ସାମିଲ ହୋଇଥିବା ବେଳେ ପ୍ରତ୍ୟେକ ମାସ ୩୫ କେଜି ଚାଉଳ ଆଲୋଟ ହୋଇଛି ମାତ୍ର ଉକ୍ତ ପଞ୍ଚାୟତରେ ରିଟେଲର ଦୀର୍ଘ ୪ବର୍ଷ ହେବ ତାଙ୍କର ରାସନ ସାମଗ୍ରୀ ଦେଇନଥିବା ବେଳେ ହିସାବରେ ପାଖାପାଖି ୧୭ କ୍ବିଣ୍ଟାଲ ଚାଉଳ ଆତ୍ମସାତ କରିଥିବା ଅଭିଯୋଗ କରିଛନ୍ତି ।

ଏନେଇ ସେ ଆମ ଚାନ୍ଦବାଲି ‘ସମ୍ବାଦ’ ପ୍ରତିନିଧିଙ୍କ ସହ ଯୋଗାଯୋଗ କରିଥିଲେ । ଏସମ୍ପର୍କରେ ଆମେ ଚାନ୍ଦବାଲି ଯୋଗାଣ ବିଭାଗ ଅଧିକାରୀ ଉମେଶ ନାୟକଙ୍କୁ ଯୋଗଯୋଗ କରିବାରେ ସେ କହିଛନ୍ତି ଯେ ଅନ୍ତ୍ୟୋଦୟ ହିତାଧିକାରୀମାନଙ୍କ ପାଇଁ ସରକାର ୩୫କେଜି ଚାଉଳ ପ୍ରତ୍ୟେକ ମାସ ଯୋଗାଇ ଦେଇଥାନ୍ତି, ହେଲେ ସମ୍ପୃକ୍ତ ହିତାଧିକାରୀ ଯେତେ ମାସର ରାସନ ସାମଗ୍ରୀ ପାଇ ନାହାନ୍ତି ତାଙ୍କୁ ତୁରନ୍ତ ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ।

ସମ୍ବନ୍ଧିତ ଖବର