ଚାନ୍ଦବାଲିରେ ଅଭାବନୀୟ ଘଟଣା: ରାସ୍ତା ଖରାପ ପାଇଁ ଗଲା ନାହିଁ ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ରୋଗୀ

ଚାନ୍ଦବାଲି: ଭଦ୍ରକ ଜିଲ୍ଲାର ଚାନ୍ଦବାଲିରେ ଆଜି ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଗାଁକୁ ଯିବା ପାଇଁ ଭଲ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ଯିବାକୁ ମନା କରିଥିବା ବେଳେ ଅଧାବାଟରେ ଓହ୍ଲାଇ ଦେଇଥିଲା କାର । ଫଳରେ ପରିବାରର ସମ୍ପର୍କୀୟମାନେ ଖଟିଆରେ ବୋହି ନେଲେ ରୋଗୀକୁ । ଦୀର୍ଘ ଦେଢ଼ କିମି ରାସ୍ତାରେ ଯିବା ପାଇଁ ହାତରେ ମୋବାଇଲ ଲାଇଟ୍ ଥିଲା ଭରସା ।

ରାସ୍ତାରେ ବଡ଼ବଡ଼ ଖାଲ ସାଙ୍ଗକୁ ବିପଦପୂର୍ଣ୍ଣ ଅବସ୍ଥା । ଘରୋଇ ଗାଡ଼ି ଗାଁ ଭିତରକୁ ପ୍ରବେଶ କରିବାକୁ ମନା କରିଦେବାରୁ ରୋଗୀଙ୍କ ସମ୍ପର୍କୀୟମାନେ ବାଧ୍ୟହୋଇ ରୋଗୀକୁ ଖଟିଆରେ ବୋହି ନେଇଥିଲେ ।

ଚାନ୍ଦବାଲି ବ୍ଲକ ନଳଗୋହୀରା ପଞ୍ଚାୟତ ବିଲ ନୂଆଗାଁର ୰ ନବଘନ ରାଉତଙ୍କ ପତ୍ନୀ ଶାନ୍ତଲତା ରାଉତ ପକ୍ଷାଘାତରେ ଆକ୍ରାନ୍ତ ହୋଇ ମେଡିକାଲକୁ ଯାଇଥିବା ବେଳେ ଡାକ୍ତର ଘରକୁ ପଠାଇ ଦେଇଥିଲେ । ପରିବାର ଲୋକେ ଆମ୍ବୁଲାନ୍ସକୁ ଡକାଇଥିଲେ, ମାତ୍ର ଗାଁ ରାସ୍ତା ଭଲ ନ ଥିବାରୁ ଯିବାକୁ ଆମ୍ବୁଲାନ୍ସ ଚାଳକ ମନା କରିଦେଇଥିଲେ। ଫଳରେ ପରିବାର ଲୋକେ ଘରୋଇ ଗାଡ଼ିକୁ ଡ଼କାଇ ଆଣିଥିଲେ । ହେଲେ ଗାଁ ମୁଣ୍ଡ ରାସ୍ତାର ଅଧାବାଟରେ ଗାଡ଼ି ଆଉ ଗାଁ ଭିତରକୁ ଯାଇପାରି ନଥିଲା । ଫଳରେ ପରିବାର ଲୋକେ ଖଟିଆରେ ବୋହି ନେଇଥିଲେ । ରୋଗୀଙ୍କୁ ବୋହି ନେଉଥିବା ବେଳେ ସମ୍ପର୍କୀୟମାନେ କାନ୍ଦୁଥିବାର ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର