ଚାନ୍ଦିପୁର/ବାଲେଶ୍ବର: ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ କେନ୍ଦ୍ର (ଆଇଟିଆର୍)ରୁ ଆଜି ମଲ୍ଟି ବ୍ୟାରେଲ୍ ରକେଟ୍ ଲଞ୍ଚର୍ ‘ପିନାକ୍ର ସଫଳ ପରୀକ୍ଷଣ ହୋଇଛି। ପୂର୍ବରୁ ଗତ ୧୯ ତାରିଖରେ ‘ପିନାକ୍ର ପରୀକ୍ଷଣ କରାଯାଇଥିଲା। ଆଜି ଡିଆର୍ଡିଓ ଓ ପ୍ରତିରକ୍ଷା ବିଭାଗର ବରିଷ୍ଠ ବୈଜ୍ଞାନିକ, ପଦାଧିକାରୀଙ୍କ ଉପସ୍ଥିତିରେ ‘ପିନାକ୍’ର ତିନିଥର ବ୍ୟାବହାରିକ ପରୀକ୍ଷଣ କରାଯାଇଛି। ସୂଚନା ମୁତାବକ, ମଲ୍ଟି ବ୍ୟାରେଲ୍ ରକେଟ୍ ଲଞ୍ଚର୍ରୁ ଉତ୍କ୍ଷେପଣ ହେବା ପରେ ‘ପିନାକ୍’ ନିର୍ଦ୍ଦିଷ୍ଟ ସମୟ ଓ ଦୂରତାରେ ଲକ୍ଷ୍ୟଭେଦ କରିଥିଲା। ‘ପିନାକ୍’ ହେଉଛି ଭାରତୀୟ ସ୍ଥଳସେନା ଦ୍ବାରା ବ୍ୟବହୃତ ଅଧିକ ଦୂରଗାମୀସଂପନ୍ନ ସ୍ବୟଂଚାଳିତ ଏକ ରକେଟ୍ ସିଷ୍ଟମ୍, ଯାହା ଏକାଥରକେ ବିଭିନ୍ନ ଦିଗକୁ ଯାଇ ଧ୍ବଂସଲୀଳା ରଚିପାରିବ। ୭୫ କିଲୋମିଟର ଦୂରତା ପର୍ଯ୍ୟନ୍ତ ଏହା ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି।
ଚାନ୍ଦିପୁରରୁ ‘ପିନାକ୍’ର ୩ ଥର ବ୍ୟାବହାରିକ ପରୀକ୍ଷଣ
/sambad/media/post_attachments/wp-content/uploads/2019/12/5dg64h6fgh4sf68h74sf68h4sf65h4f5h4sf56h4fshsfhsfhsfhsfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)