ଭୁବନେଶ୍ବର : ବିଶିଷ୍ଟ ଅଭିନେତା ବିଜୟ ମହାନ୍ତି ଗୁରୁତର ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିବା ବେଳେ ତାଙ୍କ ଚିକିତ୍ସା ନିମନ୍ତେ ଗୁରୁଜୀ ଡ.ଚନ୍ଦ୍ରଭାନୁ ଶତପଥୀ ୧ଲକ୍ଷ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି। ଓଡ଼ିଶା ଓ ଭାରତୀୟ ସଂସ୍କୃତିର ପୃଷ୍ଠପୋଷକତା ନିମନ୍ତେ ଡ.ଶତପଥୀଙ୍କ ପ୍ରେରଣାରେ ଗଠିତ ଗୁରୁଗ୍ରାମସ୍ଥିତ ସିବି ଶତପଥୀ କଲ୍ଚରାଲ ଫାଉଣ୍ଡେସନ ପକ୍ଷରୁ ଦେଶର ବିଭିନ୍ନ ପ୍ରାନ୍ତର କଳାକାରମାନଙ୍କୁ ସହାୟତା ଦିଆଯାଇଥାଏ। ଏହି ଧାରାରେ ଆଜି ଅଭିନେତା ଶ୍ରୀ ମହାନ୍ତିଙ୍କୁ ସହାୟତା ରାଶି ଦିଆଯାଇଛି। ଡ.ଶତପଥୀ ବିଜୟଙ୍କ ଧର୍ମପତ୍ନୀ ଅଭିନେତ୍ରୀ ତନ୍ଦ୍ରା ରାୟ ଓ ତାଙ୍କ ଝିଅ ସହ ଫୋନ୍ଯୋଗେ କଥାବାର୍ତା ହୋଇ ଚିକିତ୍ସା ନିମନ୍ତେ ଅର୍ଥର ଆବଶ୍ୟକତା ସମ୍ପର୍କରେ ଖବର ପାଇଥିଲେ। ତେଣୁ ଶ୍ରୀ ମହାନ୍ତିଙ୍କର ଆଶୁ ଆରୋଗ୍ୟ କାମନା ସହ ପରିବାରବର୍ଗଙ୍କୁ ଧୈର୍ଯ୍ୟ ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ପୂର୍ବରୁ ବିଶିଷ୍ଟ ଅଭିନେତା ହର ପଟ୍ଟନାୟକଙ୍କୁ ମଧ୍ୟ ଫାଉଣ୍ଡେସନ ପକ୍ଷରୁ ଅନୁରୂପ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।
ବିଜୟ ମହାନ୍ତିଙ୍କ ଚିକିତ୍ସା ପାଇଁ ଚନ୍ଦ୍ରଭାନୁ ଶତପଥୀଙ୍କ ଆର୍ଥିକ ସହାୟତା
/sambad/media/post_attachments/wp-content/uploads/2020/07/chandrabhanu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)