ସମ୍ବଲପୁର : ସ୍ଥାନୀୟ ରେଳ ଫାଟକ ନିକଟରୁ ୪ ଫୁଟର ବିରଳ ଚନ୍ଦ୍ରବୋଡ଼ା ସାପକୁ ସୋମବାର ସନ୍ଧ୍ୟାରେ ଉଦ୍ଧାର କରାଯାଇଛି। ଭିଡିଓ ସୁଟିଂ କରିବାକୁ ଯାଇଥିବା ବେଳେ ଏହି ବିରଳ ସାପକୁ ସ୍ଥାନୀୟ ଅଞ୍ଚଳର ସୂର୍ଯ୍ୟକାନ୍ତ ମିଶ୍ର ରେଳ ଧାରଣା ପାଖରୁ ଉଦ୍ଧାର କରିଛନ୍ତି। ମୁକେଶ ଛତ୍ରିଆ, ବୋବିନ୍ଦ ଦୀପ ଓ ରିତିକ ନାଗ ତାଙ୍କୁ ସହଯୋଗ କରିଥିଲେ। ଏହି ସାପକୁ ନେବା ପାଇଁ ଡିଅର ପାର୍କ କର୍ତ୍ତୃପକ୍ଷଙ୍କ ସହ ସମ୍ପର୍କ କରାଯାଇଥିବା ସେମାନେ କହିଛନ୍ତି।
ସମ୍ବଲପୁରରୁ ଉଦ୍ଧାର ହେଲା ବିରଳ ଚନ୍ଦ୍ରବୋଡ଼ା ସାପ
/sambad/media/post_attachments/wp-content/uploads/2020/11/f7239aa8-492a-4fdd-a5d4-cf56bdaefd04.jpg)