ପୂର୍ବରୁ ନାବାଳିକା ଝିଅ ନିଖୋଜ ଥିଲା, ଏବେ ଦୁଇ ଦିନ ହେଲା ନାବାଳକ ପୁଅର ପତ୍ତା ମିଳୁନି

ଚନ୍ଦ୍ରଗିରି: ୮ବର୍ଷ ତଳେ ୧୦ ବର୍ଷର ଝିଅ ନିଖୋଜ ହୋଇଥିଲା। ଏପର୍ଯ୍ୟନ୍ତ ତା’ର ପତ୍ତା ମିଳୁନଥିବା ବେଳେ ଗତ ଦୁଇ ଦିନ ହେଲା ନାବାଳକ ପୁଅ ହଠାତ୍ କୁଆଡ଼େ ନିଖୋଜ ହୋଇଯାଇଛି। ଫଳରେ ମାଆ ଥାନାର ଦ୍ବାରସ୍ଥ ହୋଇଛନ୍ତି। ହେଲେ କିଛି ଦିନର ଅନ୍ତରରେ ନାବାଳକ ପୁଅ ଓ ଝିଅର ନିଖୋଜକୁ ନେଇ ସନ୍ଦେହ ବଢ଼ିଛି। ଏନେଇ ମୋହନା ପୁଲିସ୍‌ କେସ ନମ୍ବର ୨୧୨/୨୦ରେ ମାମଲା ରୁଜୁ କରିଥିବା ଥାନା ଅଥିକାରୀ ସୁଜିତ୍‌ କୁମାର ନାୟକ କହିଛନ୍ତି। ବର୍ତ୍ତମାନ ରାଜ୍ୟରେ ଶିଶୁ ନିଖୋଜ ହେବା ଘଟଣା ଚର୍ଚ୍ଚାରେ ରହିଥିବା ବେଳେ ଗ‌ୋଟିଏ ପରିବାରର ଦୁଇଦୁଇ ଶିଶୁ ନିଖୋଜ ହେବା ସମସ୍ତଙ୍କୁ ଚକିତ କରିଛି। ଚନ୍ଦ୍ରଗିରି ଫାଣ୍ତି ଅଧିକାରୀ ନିରଞ୍ଜନ ପ୍ରାଣିଗ୍ରାହୀ ଏବେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିବା ଜଣାପଡ଼ିଛି।

ତବେ‌େ ନିଖୋଜ ନାବାଳକର ମୋବାଇଲକୁ ପୁଲିସ ଟ୍ରାକିଂ କରୁଥିବା ସୂଚନା ଦେଇଛି। ସୂଚନା ପ୍ରକାରେ ୧୫ ବର୍ଷ ହେବ ଗଜପତି ଜିଲ୍ଲା ମୋହନାରୁ ଫାବେନା ଲିମା(୩୫) ନାମ୍ନୀ ମହିଳା ନିଜର ଦୁଇ ଝିଅ ଏବ˚ ଗୋଟିଏ ପୁଅକୁ ନେଇ ସ୍ଥାନୀୟ ତିବ୍ବତୀୟ ଶରଣାର୍ଥି କଲୋନୀରେ ଏକ ଝାଟିମାଟି ଘରେ ରହୁଛନ୍ତି। ସ୍ବାମୀଙ୍କ ମୃତ୍ୟୁ ପରେ ନିଜର ତିନି ପିଲାକୁ ନେଇ ପରିବାର ପ୍ରତିପୋଷଣ କରୁଥିଲେ। ସ୍ଥାନୀୟ ତିବ୍ବତୀୟ କେନ୍ଦ୍ରୀୟ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ସମୟରେ ୮ ବର୍ଷ ତଳେ ବଡ଼ ଝିଅ ହଠାତ୍‌ ନିଖୋଜ ହୋଇଯାଇଥିଲା । ବହୁ ଖୋଜାଖୋଜି ପରେ ମଧ୍ୟ କୌଣସି ପତ୍ତା ମିଳିନଥିଲା। ଗତ ଶୁକ୍ରବାର ଦିନ ସାନ ପୁଅ ମକା କ୍ଷେତକୁ କାମ ପାଇଁ ଯାଇଥିବା ସମୟରେ ନିଖୋଜ ହୋଇଥିବା ନେଇ ଥାନାରେ ସେ ଲିଖିତ ଅଭିଯୋଗ ଦେଇଛନ୍ତି। ତେବେ ଘଟଣାକୁ ୨ଦିନ ବିତିଯାଇଥିଲେ ମଧୢ ପୁଅର କୌଣସି ଖବର ନପାଇ ଫାବେନା କାନ୍ଦି କାନ୍ଦି ଭାଙ୍ଗି ପଡ଼ିଛନ୍ତି।

ସମ୍ବନ୍ଧିତ ଖବର