ଜୟପୁର: ଆଉ ୪ଦିନ ଗଲେ ଗହ୍ମା ପୁର୍ଣ୍ଣିମା ସହ ରାକ୍ଷୀ। ଏଥି ପାଇଁ ସହରର ମୁଖ୍ୟରାସ୍ତା ସମେତ ଏମଜିରୋଡରେ ୱେଲକମ୍ ଛକ ଠାରୁ ଦୈନିକ ବଜାର ପର୍ଯ୍ୟନ୍ତ ଖୋଲି ଯାଇଛି ରାକ୍ଷୀର ପସରା। ୫ଟଙ୍କିଆ ରାକ୍ଷୀ ଠାରୁ ଆରମ୍ଭ କରି ଏବର୍ଷ ୨ହଜାର ଟଙ୍କା ପର୍ଯ୍ୟନ୍ତ ଭଳିକି ଭଳି ରାକ୍ଷୀ ବଜାରରେ ଉପଲବ୍ଧ। ଇସ୍ରୋ ବୈଞାନିକ ମାନେ ଚନ୍ଦ୍ରାୟନ ୩ ପଠାଇବା ଏବଂ ଏହା ଚନ୍ଦ୍ରରେ ଅବତରଣ କରି ବିଶ୍ବରେ ସ୍ଥାନ ହାସଲ କରିଛି। ଏହାକୁ ହାତ ଛଡ଼ା ନ କରି ଜୟପୁରର ହସ୍ତଶିଳ୍ପୀ ଦୀପକ ଦାଶ ଚନ୍ଦ୍ରଯାନ-୩ ରାକ୍ଷୀ ତିଆରି କରିଛନ୍ତି।

Advertisment

ସୂଚନା ଅନୁଯାୟୀ, ସବୁ ବର୍ଷ ଆସୁଥିବା ରାକ୍ଷୀ ଗୁଡିକ ମଧ୍ୟରେ ଏଥରକ ଅଧିକା ଫେନସୀ ରାକ୍ଷୀ ଆସିଛି। ଯଦିଓ ପୂର୍ବ ବର୍ଷ ତୁଳନାରେ ବେପାର ବଢ଼ି ନାହିଁ। ବର୍ଷା ବ୍ୟବସାୟରେ ବାଧକ ସାଜିଛି। ତଥାଫି ଆସନ୍ତା ୩ଦିନ ଭଲ ବେପାର ହେବ ବୋଲି ବ୍ୟବସାୟୀ ମାନେ ଆଶା ବାନ୍ଧିଛନ୍ତି। ଅପରପକ୍ଷରେ ହସ୍ତଶିଳ୍ପୀ ଦୀପକ ଦାଶ ଇସ୍ରୋ ବୈଜ୍ଞାନିକଙ୍କୁ ସମ୍ମାନ ଜଣାଇ ତିଆରି କରିଛନ୍ତି ଚନ୍ଦ୍ରଯାନ -୩ ରାକ୍ଷୀ। ଏହି ରାକ୍ଷୀ ସେ ପ୍ରସ୍ତୁତ କରିବା ପରେ ତାଙ୍କୁ ସେଭଳି ଆଉ କିଛି ରାକ୍ଷୀ ତିଆରି କରି ଦେବା ପାଇଁ କିଛି ଗ୍ରାହକ ଅର୍ଡର ଦେଇଥିବା କହିଛନ୍ତି ଦୀପକ।