ବ୍ରହ୍ମପୁର : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ ୨୦୧୪ରେ କ˚ଗ୍ରେସ ଦଳରୁ ବ୍ରହ୍ମପୁର ଲୋକସଭା ଆସନରୁ ପାର୍ଥୀ ହୋଇ ପରାଜିତ ହୋଇଥିଲେ। କିନ୍ତୁ ଚଳିତ ନିର୍ବାଚନରେ ବ୍ରହ୍ମପୁର ଆସନରୁ ପ୍ରତିଦ୍ବନ୍ଦିତା କରିବା ଲାଗି ସେ ବିଜେଡିରୁ ପ୍ରାର୍ଥୀପତ ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ ବେଳେ ସେ ଦାଖଲ କରିଥିବା ସମ୍ପତ୍ତି ତାଲିକାକୁ ଅନୁଶୀଳନ କଲେ ଗତ ୫ବର୍ଷରେ ତାଙ୍କର ସମ୍ପତ୍ତି କମିଥିବା ଜଣାପଡିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଚନ୍ଦ୍ରଶେଖର ସାହୁ ହେଉଛନ୍ତି ବ୍ରହ୍ମପୁର ବିଜିପୁର ତୋଟାସାହି ମୁଖ୍ୟ ସାରଣୀର ବାସିନ୍ଦା। ତାଙ୍କର ବର୍ତ୍ତମାନ ବୟସ ୬୮। ୨୦୧୪ରେ ସେ ଦାଖଲ କରିଥିବା ସମ୍ପତ୍ତି ତାଲିକା ଅନୁଯାୟୀ, ତାଙ୍କ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୨୧ଲକ୍ଷ ୧୪ହଜାର ଟଙ୍କା। ସେ ଏକ ଗାଡି କିଣି ୩ଲକ୍ଷ ୨୧ହଜାର ୨୧୫ଟଙ୍କା ଋଣ ରହିଥିଲେ। ୨୦୧୯ରେ ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ ତାଙ୍କର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୭ଲକ୍ଷ ୧୬ହଜାର ୯୮୯.୭୬ଟଙ୍କା। ତାଙ୍କର ପାଖରେ ୪୮୦ ଗ୍ରାମ ସୁନା ଅଳଙ୍କାର ରହିଥିବା ବେଳେ ତାହାର ବଜାର ଦର ୧୫ଲକ୍ଷ ୨୬ହଜାର ବୋଲି ସେ ସତ୍ୟାପାଠରେ ଦର୍ଶାଇଛନ୍ତି। ତାଙ୍କ ପାଖରେ ନଗଦ ୮୫ହଜାର ଟଙ୍କା ରିହଛି। ତାଙ୍କ ସ୍ଥାବର ସମ୍ପତ୍ତି ମୂଲ୍ୟ ୧କୋଟି। ତାଙ୍କର ଚାଷ ଜମି କିଛି ନାହିଁ। ବିଜିପୁର ଠାରେ ଥିବା ଘର ତଥା ସ୍ଥାବର ସମ୍ପତ୍ତିର ବର୍ତ୍ତମାନ ମୂଲ୍ୟ ୧କୋଟ ବୋଲି ଦର୍ଶାଇଛନ୍ତି।