ଦେବଗଡ଼: ଜଣେ ବୃଦ୍ଧଙ୍କ ଏଟିଏମ୍ କାର୍ଡ ବଦଳାଇ ୬୧ ହଜାର ଟଙ୍କା ହଡପ ହୋଇଥିବା ନେଇ ଗତ ୧୬ ତାରିଖ ଦିନ ଦେବଗଡ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ତାଙ୍କ ଅଭିଯୋଗକୁ ଭିତ୍ତି କରି ଦେବଗଡ଼ ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ପୁରୁଣାଗଡ଼ର ମୁରଲୀଧର ସାହୁ (୭୨) ମାର୍କେଟରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଏଟିଏମ୍ କାଉଣ୍ଟରରୁ ଟଙ୍କା ଉଠାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଏଥରେ ବିଫଳ ହେବାରୁ ଏଥିପାଇଁ ସେହି ଏଟିଏମ୍ ଭିତରେ ଠିଆ ହୋଇଥିବା ଜଣେ ଅଚିହ୍ନା ଯୁବକର ସହାୟତା ନେଇଥିଲେ। ମୁରଲୀଙ୍କ ସରଳତାର ସୁଯୋଗ ନେଇ ସମ୍ପୃକ୍ତ ଅଚିହ୍ନା ଯୁବକ ଜଣକ ମୁରଲୀଙ୍କ ଏଟିଏମ୍ କାର୍ଡ ବଦଳାଇ ଫେରାର ହୋଇଯାଇଥିଲା। ଏହି ଅଚିହ୍ନା ଯୁବକ ଜଣକ ଅନ୍ୟ ଏଟିଏମ୍ କାଉଣ୍ଟରରୁ ମୁରଲୀଙ୍କ ଏଟିଏମ୍ କାର୍ଡରେ ପର୍ଯ୍ୟାୟ କ୍ରମେ ୬୧ ହଜାର ଟଙ୍କା ଉଠାଇ ନେଇଥିବା ଜାଣିବାକୁ ପାଇଥିଲେ। ତେବେ ଏନେଇ ମୁରଲୀ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/UPI-fraud-1-770x433.jpg)