ଭୁବନେଶ୍ୱର: ପୁଣି ଘୁଞ୍ଚିଲା ପିପିଲି ଉପନିର୍ବାଚନ। ଆସନ୍ତା ମେ’ ୧୬ ତାରିଖରେ ହେବ ପିପିଲି ଉପ-ନିର୍ବାଚନ। ୧୯ ତାରିଖରେ ହେବ ଭୋଟ ଗଣତି । ପୂର୍ବରୁ ମେ’ ୧୩ରେ ନିର୍ବାଚନ ହେବା ନେଇ ତାରିଖ ସ୍ଥିର ହୋଇଥିଲା। କିନ୍ତୁ ଏବେ ପୁଣିଥରେ ନିର୍ବାଚନ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।
୧୬ ମେ’ରେ ଉପ-ନିର୍ବାଚନ ହେବାକୁ ଥିବା ବେଳେ ମତଦାନର ୭୨ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ହେବ। ଅର୍ଥାତ ମେ’ ୧୩ ତାରିଖ ସନ୍ଧ୍ୟା ସୁଦ୍ଧା ପ୍ରଚାର ବନ୍ଦ ରହିବ। ୧୩ ତାରିଖରେ ଇଦ୍-ଉଲ-ଫିତର ପଡୁଥିବାରୁ ନିର୍ବାଚନ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। କୋଭିଡ କଟକଣା ସହ ନିର୍ବାଚନ ହେବାକୁ ଥିବା ବେଳେ କୋଭିଡ ଗାଇଡଲାଇନ ମାନିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ। ଭୋଟ୍ ଗ୍ରହଣ କେନ୍ଦ୍ରରେ ମତଦାତାଙ୍କୁ ଗୋଟିଏ ଲେଖାଏଁ ଗ୍ଲୋଭସ୍ ଦିଆଯିବ ବୋଲି ସେ କହିଛନ୍ତି।
ପୁଣି ଘୁଞ୍ଚିଲା ପିପିଲି ଉପନିର୍ବାଚନ: ମେ’ ୧୬ରେ ଭୋଟ ଗ୍ରହଣ, ୧୯ ତାରିଖରେ ଗଣତି
/sambad/media/post_attachments/wp-content/uploads/2021/04/pipili-election-date22_Thumb.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)