ସ୍କୁଲ ବନ୍ଦ ନିଷ୍ପତ୍ତିରେ ପରିବର୍ତ୍ତନ

ଭୁବନେଶ୍ବର: ୨୦ କିମ୍ବା ଏହାଠାରୁ କମ୍‌ ଛାତ୍ରଛାତ୍ରୀ ଥିବା ସରକାରୀ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟ ବନ୍ଦ ନିଷ୍ପତ୍ତିରେ ପରିବର୍ତନ କରାଯାଇଛି। ପରିବର୍ତ୍ତିତ ନିଷ୍ପତ୍ତି ନେଇ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକ‌ାଶ ପାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ ୨୦୨୦ ମାର୍ଚ୍ଚ ୧୧ରେ ପ୍ରକାଶିତ ବିଜ୍ଞପ୍ତିରେ ସଂଶୋଧିତ ହୋଇଛି। ସ୍କୁଲ ବନ୍ଦ ନିଷ୍ପତ୍ତି ବେଳେ ତଫସିଲ୍‌ଭୁକ୍ତ ଓ କେବିକେ ଅଞ୍ଚଳରେ ସରକାରୀ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ପିଲାଙ୍କ ସଂଖ୍ୟାକୁ କୋହଳ କରାଯାଇଛି। ଉକ୍ତ ଅଞ୍ଚଳରେ ୨୦ ବଦଳରେ ୧୫ କିମ୍ବା ଏହାଠାରୁ କମ୍‌ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟଗୁଡ଼ିକୁ ନିକଟସ୍ଥ ବିଦ୍ୟାଳୟ ସହ ମିଶାଇ ଦିଆଯିବ। ତେଣୁ ମାର୍ଚ୍ଚ ୧୧ର ବିଜ୍ଞପ୍ତିରେ ସଂଶୋଧିତ କରି ଲାଗୁ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର