ଆଇପିଏସ୍‌ ବଦଳିରେ ନିର୍ବାଚନୀ ବାସ୍ନା ସୁନୀଲ ଗୁଇନ୍ଦା ସ୍ବତନ୍ତ୍ର ନିେର୍ଦଶକ ନିଯୁକ୍ତ, ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ତଦାରଖ ବୁଝିବେ ଆଶିଷ

କୋଏଲଙ୍କୁ ଦକ୍ଷିଣାଞ୍ଚଳ, ଲାଲ ବି ରେଂଜ ପାଇଲେ, ପୁରୀ ସମେତ ୯ ପୁଲିସ ଜିଲ୍ଲା ଏସପି ବଦଳିଲେ

ଭୁବନେଶ୍ବର: କିଛି ବର୍ଷ ଅନ୍ତରରେ ରାଜ୍ୟ ସରକାର ପୁଣି ଥରେ ସ୍ବତନ୍ତ୍ର ଡିଜି ପଦବି ସୃଷ୍ଟି କରିଛନ୍ତି। ଗୁଇନ୍ଦା ନିେର୍ଦଶକ ସୁନୀଲ ରାୟ ଡିଜି ପାହ୍ୟାକୁ ପଦୋନ୍ନତି ପାଇବା ପରେ ତାଙ୍କୁ ପୁଣି ଥରେ ସେହିଠାରେ ସ୍ବତନ୍ତ୍ର ଡିଜି ପଦବି ସୃଷ୍ଟି କରି ନିଯୁକ୍ତି ଦିଆଯାଇଛି। କେବଳ ସେତିକି ନୁହେଁ, ନିର୍ବାଚନ ପରିପ୍ରେକ୍ଷୀରେ ଗୁଇନ୍ଦା ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ଲାଗି ଦକ୍ଷିଣାଞ୍ଚଳ ଡିଆଇଜି ଆଶିଷ କୁମାର ସିଂହଙ୍କୁ ଶ୍ରୀ ରାୟଙ୍କ ଟିମରେ ସାମିଲ କରାଯାଇଛି। ଏବେ ଶ୍ରୀ ସିଂହ ପ୍ରତ୍ୟକ୍ଷ ଭାବେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାର ବି ତଦାରଖ କରିବେ। ଏସବୁକୁ ମିଶାଇ ଆଇପିଏସ୍ ଓ ଓପିଏସ୍ ସ୍ତରରେ ପାଖାପାଖି ୨୯ ଜଣ ଅଧିକାରୀଙ୍କର ବଦଳି କରାଯାଇଛି। ଉଭୟ େକନ୍ଦୁଝର ଓ ସମ୍ବଲପୁର ଏସପିଙ୍କୁ ପଦୋନ୍ନତି କମିଟି ଇତିମଧ୍ୟରେ ଡିଆଇଜି ପାହ୍ୟାକୁ ଯିବା ଲାଗି ସବୁଜ ସଙ୍କେତ େଦଇସାରିଲେଣି। କିନ୍ତୁ ଆଜି ପ୍ରକାଶ ପାଇଥିବା ନିେର୍ଦଶନାମା ଉଭୟଙ୍କ ପଦୋନ୍ନତି ସଂପର୍କିତ ନିଯୁକ୍ତି େନଇ କିଛି ବି ଆଭାସ ନାହିଁ। େଯଉଁ ଏସପିମାେନ ଆସନ୍ତା ଦୁଇ ତିନିମାସରେ ଅବସର େନଇଥାେନ୍ତ, େସମାନଙ୍କୁ ମଧ୍ୟ ଅପସାରଣ କରି ନିଆଯାଇଛି। ନିର୍ବାଚନ ପୂର୍ବରୁ ସମ୍ଭବତଃ ଆଇପିଏସସ୍ତରରେ ଏହା େଶଷ ବଡ଼ ବଦଳି େବାଲି କୁହାଯାଇପାରେ। ରାଉରକେଲା, ପୁରୀ, ଗଜପତି, େଢଙ୍କାନାଳ, ଦେବଗଡ, ରାୟଗଡ଼ା, ନବରଙ୍ଗପୁର, କଟକ, େଖାର୍ଧା ଭଳି ୯ଟି ପୁଲିସ ଜିଲ୍ଲାର ଏସପିଙ୍କର ବଦଳି େହାଇଛି। ୨୦୧୫ ବ୍ୟାଚର ଅଫିସରଙ୍କୁ ସରକାର ଭରସା କରି ନିର୍ବାଚନ ବର୍ଷରେ ଜିଲ୍ଲା ଦାୟିତ୍ବ େଦଇଛନ୍ତି। ଉଭୟ ଆଶିଷ ସିଂହ ଓ ଆଇନ ଶୃଙ୍ଖଳା ଆଇଜି ଦାୟିତ୍ବରେ ଅମିତାଭ ଠାକୁରଙ୍କ ବିେରାଧରେ ବିେଜପି ଅଭିେଯାଗ ଆଣିଥିଲା। ଏହି ବଦଳି ତାଲିକାରେ ଏହାର ପ୍ରତିଫଳନ ଘଟିଛି। ଯଦିଓ ୩ ବର୍ଷ େଗାଟିଏ ଜିଲ୍ଲାରେ ରହିବା କାରଣରୁ ଆଶିଷଙ୍କ ବଦଳି ସୁନିଶ୍ଚିତ ଥିଲା, ରାଜ୍ୟ ସରକାର ଅମିତାଭ ଠାକୁରଙ୍କୁ ରାଜ୍ୟ ପୁଲିସ ସଶସ୍ତ୍ର ବଳକୁ ବଦଳି କରି ନିର୍ବାଚନ ପରିପ୍ରେକ୍ଷୀରେ ଆଇନଶୃଙ୍ଖଳା ଦାୟିତ୍ବରେ ଜଣେ ଅତିରିକ୍ତ ଡିଜି ସଂଜୀବ ପଣ୍ଡାଙ୍କୁ ନିଯୁକ୍ତି େଦଇଛନ୍ତି। କିଛି ଦିନ ତଳେ ହିମାଂଶୁ ଲାଲଙ୍କୁ ସରକାର ଅତର୍କିତ ଭାବେ କ୍ରାଇମବ୍ରାଞ୍ଚ ଏସଟିଏଫରୁ ସଶସ୍ତ୍ର ବଳକୁ ବଦଳି କରିଥିଲେ। କେଇମାସ ପରେ ତାଙ୍କୁ ପୁଣି ଦକ୍ଷିଣ-ପଶ୍ଚିମାଞ୍ଚଳ ଭଳି ଗୁରୁତ୍ବପୂର୍ଣ୍ଣ ରେଂଜ ଦାୟିତ୍ବରେ ନିଯୁକ୍ତି ଦିଆଯାଇଛି। ସେହିପରି ଭିଜିଲାନସରୁ ଏସଟିଏଫ୍କକୁ ନିକଟରେ ବଦଳି େହାଇଥିବା ଯତୀନ୍ଦ୍ର େକାୟଲଙ୍କୁ ଦକ୍ଷିଣାଞ୍ଚଳ େରଂଜ ଆଇଜି ଭାବେ ବଦଳି କରାଯାଇଛି। ବାରମ୍ବାର ବିବାଦକୁ ଆସିଥିବା ପୁରୀ ଏସପି ସାର୍ଥକ ଷଡଙ୍ଗୀଙ୍କୁ ରାଉରକେଲା ଏସପି ଭାବେ ବଦଳି କରାଯାଇଛି। ଅନ୍ୟପକ୍ଷରେ ବରିଷ୍ଠ ଆଇପିଏସ୍ ତଥା ଏଡିଜି ବିନୟାନନ୍ଦ ଝାଙ୍କୁ େଜଲ ଦାୟିତ୍ବରୁ ଅପସାରଣ କରି ଗୃହ ବିଭାଗରେ ବସାଇ ଦିଆଯାଇଥିଲା। ଏବେ ତାଙ୍କୁ ନିଯୁକ୍ତି ଓଡ଼ିଶା ମାନବିକ ଅଧିକାର କମିସନରେ ଅବସ୍ଥାପିତ କରାଯାଇଛି। କିଛି ଦିନ ଧରି ଜେଲ ମୁଖିଆ ପଦବି କା’ରେ ଚାଲିଥିଲା, େସଠାରେ ମହେନ୍ଦ୍ର ପ୍ରତାପଙ୍କ ଭଳି ଜଣେ ବରିଷ୍ଠ ଆଇପିଏସଙ୍କୁ ସରକାର ଅବସ୍ଥାପିତ କରିଛନ୍ତି।

ସମ୍ବନ୍ଧିତ ଖବର