ସିବିଏସ୍‌ଇ ପରୀକ୍ଷା ତାରିଖରେ ପରିବର୍ତନ

ଭୁବନେଶ୍ବର : କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ତାରିଖରେ କିଛିଟା ପରିବର୍ତନ କରାଯାଇଛି। ମେ’ ୧୫ରେ ଅନୁଷ୍ଠିତ ହେବାକୁ ଥିବା ଦଶମ ଶ୍ରେଣୀର ବିଜ୍ଞାନ ବିଷୟ ପରୀକ୍ଷା ମେ’ ୨୧ରେ, ମେ’ ୨୧ରେ ହେବାକୁ ଥିବା ଗଣିତ ବିଷୟ ପରୀକ୍ଷା ଜୁନ୍‌ ୨କୁ ଘୁଞ୍ଚାଇ ଦିଆଯାଇଛି। ସେହିପରି ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ବିଜ୍ଞାନ ବିଭାଗର ପଦାର୍ଥ ବିଜ୍ଞାନ ବିଷୟ ପରୀକ୍ଷା ପୂର୍ବରୁ ମେ’ ୧୩ରେ ଧାର୍ଯ୍ୟ ହୋଇଥିଲା। ଯାହାକି ଏବେ ଜୁନ୍‌ ୮କୁ ଘୁଞ୍ଚାଯାଇଛି। ବାଣିଜ୍ୟ ବିଭାଗର ମ୍ୟାଥମେଟିକ୍ସ ଓ ଆପ୍ଲାଏଡ୍‌ ମ୍ୟାଥମେଟିକ୍ସ ପରୀକ୍ଷା ମେ’ ୩୧ରେ ହେବ। କଳା ବିଭାଗର ଭୂଗୋଳ ବିଷୟର ପରୀକ୍ଷା ଜୁନ୍‌ ୨ ପରିବର୍ତୀ ଜୁନ୍‌ ୩ରେ ଅନୁଷ୍ଠିତ ହେବ। ପରୀକ୍ଷାର୍ଥୀମାନେ www.cbse.nic.in ମାଧ୍ୟମରେ ପରିବର୍ତ୍ତିତ କାର୍ଯ୍ୟସୂଚୀ ସମ୍ପର୍କରେ ଜାଣିପାରିବେ।

ସମ୍ବନ୍ଧିତ ଖବର