ପୁରୀ ରଥଯାତ୍ରା ପାଇଁ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ଭୁବନେଶ୍ୱର : କୋଭିଡ୍‌-୧୯ ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବା ଏବଂ ଓଡ଼ିଶା ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ରଥଯାତ୍ରା ସମୟରେ ପୁରୀ ଆଡକୁ ଟ୍ରେନ୍ ସେବା ଉପରେ ପ୍ରତିବନ୍ଧକ ଲଗାଇବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଜୁନ୍‌ ୨୨ ତାରିଖ ଠାରୁ ଜୁଲାଇ ୨୩ ପର୍ଯ୍ୟନ୍ତ ବଳବତ୍ତର ରହିବ।

ନିଷ୍ପତ୍ତି ଅନୁସାରେ ୨୬ଟି ଦୂରଗାମୀ ଟ୍ରେନ୍ ଖୋର୍ଦ୍ଧା ରୋଡ୍ ପର୍ଯ୍ୟନ୍ତ ଚଳାଚଳ କରିବ ଏବଂ ଖୋର୍ଦ୍ଧା ରୋଡରୁ ଯାତ୍ରା ପ୍ରାରମ୍ଭ କରିବ। ଉଭୟ ଦିଗରୁ ଖୋର୍ଦ୍ଧା ରୋଡ୍ ଏବଂ ପୁରୀ ମଧ୍ୟରେ ଚଳାଚଳ ବାତିଲ ରହିବ। ଟ୍ରେନ ଗୁଡ଼ିକ ମଧ୍ୟରେ ୨୧ଟି ଦୂରଗାମୀ ବିଶେଷ ଟ୍ରେନ ଜୁଲାଇ ମାସ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ପୁରୀ ପରିବର୍ତ୍ତେ ଖୋର୍ଦ୍ଧା ରୋଡ ଷ୍ଟେସନ ପର୍ଯ୍ୟନ୍ତ ଚଳାଚଳ କରିବ ଏବଂ ସେଠାରୁ ଯାତ୍ରା ପ୍ରାରମ୍ଭ କରିବ। ୫ଟି ସାପ୍ତାହିକ ବିଶେଷ ଟ୍ରେନ ନିର୍ଦ୍ଦିଷ୍ଟ ଦିନମାନଙ୍କରେ ପୁରୀ ପରିବର୍ତ୍ତେ ଖୋର୍ଦ୍ଧା ରୋଡ ଷ୍ଟେସନ ପର୍ଯ୍ୟନ୍ତ ଚଳାଚଳ କରିବ ଏବଂ ସେଠାରୁ ଯାତ୍ରା ପ୍ରାରମ୍ଭ କରିବ। ଦୈନନ୍ଦିନ ଚଳାଚଳ କରୁଥିବା ପାଞ୍ଚଟି ଏବଂ ଦ୍ବି-ସାପ୍ତାହିକ, ତ୍ରି-ସାପ୍ତାହିକ ଓ ସପ୍ତାହରେ ଚାରି ଦିନ ଚଳାଚଳ କରୁଥିବା ବିଶେଷ ଟ୍ରେନ ଏଥିରେ ଅନ୍ତର୍ଭୁକ୍ତ ରହିଛି। ଏହି ଟ୍ରେନ ଗୁଡ଼ିକ ହେଲା ୦୨୮୦୧/୦୨୮୦୨ ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ସ୍ପେସାଲ ଟ୍ରେନ, ୦୮୪୦୫/୦୮୪୦୬ ପୁରୀ-ଅହମ୍ମଦାବାଦ-ପୁରୀ ସ୍ପେସାଲ ଟ୍ରେନ, ୦୮୪୦୧/୦୮୪୦୨ ପୁରୀ-ଓଖା-ପୁରୀ ସ୍ପେସାଲ, ୦୨୮୪୩/୦୨୮୪୪ ପୁରୀ-ଅହମ୍ମଦାବାଦ-ପୁରୀ ସ୍ପେସାଲ, ୦୨୦୩୭/୦୨୦୩୮ ପୁରୀ-ଆଜମେର-ପୁରୀ ସ୍ପେସାଲ, ୦୨୮୭୫/୦୨୮୭୬ ନୀଳାଚଳ ସ୍ପେସାଲ, ୦୨୮୧୫/୦୨୮୧୬ ନନ୍ଦନକାନନ ସ୍ପେସାଲ, ୦୨୦୮୮/୦୨୦୮୭ ପୁରୀ-ହାଓଡ଼ା-ପୁରୀ ସ୍ପେସାଲ, ୦୨୦୬୩/୦୨୦୬୪ ପୁରୀ-ଯଶୋବନ୍ତପୁର-ପୁରୀ ସ୍ପେସାଲ, ୦୨୦୯୩/୦୨୦୯୪ ପୁରୀ-ଯୋଧପୁର-ପୁରୀ ସ୍ପେସାଲ, ୦୮୪୫୨/୦୮୪୫୧ ତପସ୍ବିନୀ ସ୍ପେସାଲ, ୦୮୪୪୯/୦୮୪୫୦ ବୈଦନାଥ ଧାମ ସ୍ପେସାଲ, ୦୮୪୧୯/୦୮୪୨୦ ପୁରୀ-ଜୟନଗର-ପୁରୀ, ୦୨୮୨୭/୦୨୮୨୮ ପୁରୀ-ସୁରଟ-ପୁରୀ ସ୍ପେସାଲ, ୦୨୮୫୯/୦୨୮୬୦ ପୁରୀ-ଚେନ୍ନାଇ-ପୁରୀ ସ୍ପେସାଲ, ୦୨୮୬୬/୦୨୮୬୫ ପୁରୀ-ଏଲଟିଟି-ପୁରୀ ସ୍ପେସାଲ, ୦୮୪୭୭/୦୮୪୭୮ କଳିଙ୍ଗ ଉତ୍କଳ ସ୍ପେସାଲ, ୦୨୧୪୫/୦୨୧୪୬ ଏଲଟିଟି-ପୁରୀ-ଏଲଟିଟି ସ୍ପେସାଲ, ୦୨୮୩୭/୦୨୮୩୮ ହାଓଡ଼ା-ପୁରୀ-ହାଓଡ଼ା ସ୍ପେସାଲ, ୦୨୯୭୩/୦୨୯୭୪ ଗାନ୍ଧୀଧାମ-ପୁରୀ-ଗାନ୍ଧୀଧାମ ସ୍ପେସାଲ, ୦୯୨୦୯/୦୯୨୧୦ ଭଲ୍‌ସାଡ-ପୁରୀ-ଭଲ୍‌ସାଡ ସ୍ପେସାଲ, ୦୯୪୯୩/୦୯୪୯୪ ଗାନ୍ଧୀଧାମ-ପୁରୀ-ଗାନ୍ଧୀଧାମ ସ୍ପେସାଲ, ୦୪୭୦୯/୦୮୭୧୦ ବିକାନେର-ପୁରୀ-ବିକାନେର ସ୍ପେସାଲ, ୦୭୪୭୯/୦୭୪୮୦ ତିରୁପତି-ପୁରୀ-ତିରୁପତି ସ୍ପେସାଲ, ୦୫୬୪୦/୦୫୬୩୯ କାମାକ୍ଷା-ପୁରୀ-କାମାକ୍ଷା ସ୍ପେସାଲ ଓ ୦୫୬୪୪/୦୫୬୪୩ କାମାକ୍ଷା-ପୁରୀ-କାମାକ୍ଷା ସ୍ପେସାଲ।

ସମ୍ବନ୍ଧିତ ଖବର