ବଦଳିବ ତୃତୀୟ, ଷଷ୍ଠ ଏବଂ ସପ୍ତମ ଶ୍ରେଣୀ ଇଂରାଜି ବହି

ଭୁବନେଶ୍ୱର : ବଦଳିବ ତୃତୀୟ, ଷଷ୍ଠ ଏବଂ ୭ମ ଶ୍ରେଣୀର ଇଂରାଜି ପାଠ୍ୟପୁସ୍ତକ। ଏନେଇ ଗତ ଅଗଷ୍ଟ ୩୦ ତାରିଖରେ ଓପେପା ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଦିଆଯାଇଥିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଟିଇ ଆଣ୍ଡ ଏସ୍‌ସିଇଆରଟି ପକ୍ଷରୁ ଦାଖଲ ହୋଇଥିବା ନୂତନ ପାଠ୍ୟପୁସ୍ତକକୁୁ ରାଜ୍ୟ ସରକାର ତର୍ଜମା କରିବା ପରେ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୧୮-୧୯ ଶିକ୍ଷାବର୍ଷରୁ ପିଲାମାନେ ନୂତନ ଇଂରାଜି ବହିରେ ଶିକ୍ଷା ଗ୍ରହଣ କରିବେ। ଏଦିଗରେ ପଦକ୍ଷେପ ନେବାକୁ ଗଣଶିକ୍ଷା ବିଭାଗ ସ୍ୱତନ୍ତ୍ର ସଚିବ ବିଭୁପ୍ରସାଦ ଷଡ଼ଙ୍ଗୀ ଓପେପା ଏସ୍‌ପିଡିଙ୍କ ନିକଟକୁ ଚିଠି ଲେଖିଛନ୍ତି।

ସମ୍ବନ୍ଧିତ ଖବର