ଭୁବନେଶ୍ବର : ଦେଶର ସର୍ବଶ୍ରେଷ୍ଠ ପୁରସ୍କାର ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାରରୁ ରାଜୀବ ଗାନ୍ଧୀଙ୍କ ନାମ କାଟିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହା ମୋଦୀ ସରକାରର ଅସହିଷ୍ଣୁତାର ପରିଚୟ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଆଜି କଂଗ୍ରେସ ଭବନରେ ପିସିସି ମିଡିଆ ସେଲ୍ର ଅନୁଷ୍ଠିତ ଜରୁରୀ ବୈଠକରେ ଏହି ହୀନ ରାଜନୀତିକୁ ନେଇ ଦୃଢ଼ ନିନ୍ଦା କରାଯାଇଛି। ଦେଶରେ କିଛି ନୂଆ କରିବାର ଦକ୍ଷତା ରଖି ନ ଥିବା ବିଜେପି ସରକାର କଂଗ୍ରେସ କରିଥିବା ସମସ୍ତ ଯୋଜନାର ନାମ ପରିବର୍ତନ କରିବାରେ ବ୍ୟସ୍ତ। ଖେଳ ପୁରସ୍କାରରୁ ରାଜୀବ ଗାନ୍ଧୀଙ୍କ ନାମ ହଟାଇଦେଲେ ରାଜୀବ ଗାନ୍ଧୀଙ୍କ ବିଚାରଧାରାକୁ ପରିବର୍ତନ କରିପାରିବ ନାହିଁ। ସେ ହେଉଛନ୍ତି ଆଧୁନିକ ଭାରତବର୍ଷର ନିର୍ମାତା। ପିସିସି ମିଡିଆ ସେଲର ଅଧ୍ୟକ୍ଷ ଗଣେଶ୍ବର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆବାହକ ସତ୍ୟପ୍ରକାଶ ନାୟକ, ଅଭିଷେକ ମହାନନ୍ଦ, ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ, ବିଜୟଲକ୍ଷ୍ମୀ ସାହୁ, ଦେବାଶିଷ ପଟ୍ଟନାୟକ, ମନୋରଂଜନ ଦାଶ, ନିଶିକାନ୍ତ ମିଶ୍ର, ରଜନୀ ମହାନ୍ତି, ଅମିୟ ପାଣ୍ଡବ, ପ୍ରଶାନ୍ତ ଶତପଥୀ, ମନୋଜ ମହାପାତ୍ର ଓ ଦୀପକ ମହାପାତ୍ର, ଚନ୍ଦନ ରାୟ, ସୁବାସ ଚନ୍ଦ୍ର ନାୟକ, ବିନୋଦ ବିହାରୀ ନାୟକ ପ୍ରମୁଖ ଯୋଗ ଦେଇଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp