ଅବହେଳିତ ଚରମ୍ପା ସହର : ପୌର ନିର୍ବାଚନ ବେଳେ ସହରବାସୀ ଜବାବ ରଖିବେ

ଭଦ୍ରକ : ଭଦ୍ରକର ପୂରାତନ ସହର ହେଉଛି ଚରମ୍ପା ଅଞ୍ଚଳ। ଏ ସହର ଭଦ୍ରକ ପୌରାଞ୍ଚଳ ଅଧୀନରେ ଯାଉଥିବା ବେଳେ ଅଞ୍ଚଳ ପ୍ରତି ପୌର କତ୍ତୃପକ୍ଷଙ୍କର ଦୃଷ୍ଟି ନାହିଁ। ଚରମ୍ପା ହେଉଛି ଏକ ଜନବହୁଳ ବଜାର। ଏଠାରେ ରେଳ ଷ୍ଟେସନଠାରୁ ଆରମ୍ଭ କରି ପୂର୍ବରୁ ଆରଟିଓ ବସ୍ ଷ୍ଟାଣ୍ଡ ଥିଲା। ଏକଦା ଏକ ପ୍ରମୁଖ ବ୍ୟବସାୟିକ ସ୍ଥଳୀ ଭାବେ ଚରମ୍ପା ପରିଚିତ ଥିଲା। ଏବେ ଚରମ୍ପା ଅଞ୍ଚଳ ଅବହେଳିତ ହୋଇଯାଇଛି। ଚରମ୍ପା ଦେଇ ୧୬ ନମ୍ବର ଜାତୀୟ ରାଜପଥ ଯାଇଛି। ଏହାର ବଜାର ଉପରେ ପୌରାଞ୍ଚଳର ୧,୨,୩,୪ ନମ୍ବର ୱାର୍ଡ ଓ ୬ ଟି ପଞ୍ଚାୟତର ପ୍ରାୟ ୪୦ ଖଣ୍ଡ ଗ୍ରାମର ଲୋକ ନିର୍ଭର କରୁଛନ୍ତି। ଏଇ ଅଞ୍ଚଳରେ ବହୁ ସରକାରୀ କାର୍ଯ୍ୟାଳୟ ରହିଛି। ସ୍କୁଲ, କଲେଜ ଓ ଅନେକ ରେସିଡେନସିଆଲ ଜୋନ୍ ରହିଛି। ମାତ୍ର ଏହାର ଗମନା ଗମନ ବ୍ୟବସ୍ଥା ଭଲ ନାହିଁ।

Odisha Bytes

ଚରମ୍ପା ରାଜପଥ ଅଣ୍ଡରପାସକୁ ଉଚ୍ଚ ପୋଲ ନିର୍ମାଣ ଓ ଡାହାଣୀଗଡିଆଛକରେ ଫ୍ଲାଏ ଓଭରବ୍ରିଜ୍ ନିର୍ମାଣ କରିବାକୁ ଦାବି ବହୁ ଦିନରେ ହୋଇ ଆସୁଥିବା ବେଳେ ଷ୍ଟେସନରୁ ପଥରକାଳୀ ଅଞ୍ଚଳକୁ ଯିବା ପାଇଁ ରେଳ ଫ୍ଲାଏ ଓଭରବ୍ରୀଜ୍ ନିର୍ମାଣ ଦାବି ବହୁ ଦିନରୁ ହୋଇ ଆସୁଛି। ଅବଶ୍ୟ ଚରମ୍ପାବାସୀଙ୍କର ଏଇ ଦାବି ପୂରଣ ହେବାକୁ ଯାଉଛି। ସେହିପରି ଚରମ୍ପା ସହରର ବିକାଶ ନେଇ ପ୍ରଶାସନ କ୍ରମାଗତ ଅବହେଳା କରୁଥିବାରୁ ଅଞ୍ଚଳବାସୀଙ୍କ ମନରେ କ୍ଷୋଭ ରହୁଛି। ଚରମ୍ପାର ବିକାଶ ନହେଲେ ଆଗାମୀ ପୌର ନିର୍ବାଚନ ବେଳେକୁ ଲୋକେ ଏହାର ଉଚିତ୍ ଜବାବ ଦେବେ ବୋଲି ଏବେଠାରୁ ଚେତାବନୀ ଦେଲେଣି।

ସମ୍ବନ୍ଧିତ ଖବର