ପ୍ରବଚକ ଚାରଣ ରାମଦାସଙ୍କ କରୋନାରେ ଦେହାନ୍ତ

ପୁରୀ : ଓଡ଼ିଆ ପ୍ରବଚକ ଚାରଣ ରାମ ଦାସଙ୍କ ଆଜି କରୋନାରେ ପରଲୋକ ଘଟିଛି। ପୁରୀ ଆଇଡିଏଚରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ତାଙ୍କୁ ୬୧ ବର୍ଷ ବୟସ ହୋଇଥିଲା।

ଚାରଣ ରାମଦାସ ଜଣେ ଓଡ଼ିଆ ପ୍ରବଚକ । ହିନ୍ଦୁ ଧର୍ମୀୟ ବିଶେଷ କରି ଜଗନ୍ନାଥ ସଂସ୍କୃତି ବିଷୟବସ୍ତୁକୁ ପ୍ରବଚନ ମାଧ୍ୟମରେ ପରିବେଷଣ କରିଥାନ୍ତି । ଓଡ଼ିଶାରେ ଜଣେ ଲୋକପ୍ରିୟ ପ୍ରବଚକ ଭାବେ ଖ୍ୟାତି ଅର୍ଜନ କରିଛନ୍ତି । ତାଙ୍କ ପ୍ରସ୍ତୁତ ଗୀତା ମହିମା, ରାମାୟଣ, ଶିବ ମହିମା, ମା ତାରିଣୀ କଥାମୃତ, ଶ୍ରୀମଦ୍ଭଗବତ ଗୀତା, ଏ ତ କଳିକାଳ, ତ୍ରିନାଥ ମେଳା ବିଷୟଗୁଡ଼ିକର ସିଡି ଡିଭିଡି ଆକାରରେ ଉପଲବ୍ଧ । ଟିଭିରେ ପ୍ରସାରିତ ରଥଯାତ୍ରାର ସିଧାପ୍ରସାରଣ ଧାରାବିବରଣୀ ପ୍ରଦାନ କରନ୍ତି । ବିଭିନ୍ନ ସମୟରେ ଟିଭି କାର୍ଯ୍ୟକ୍ରମମାନଙ୍କରେ ମଧ୍ୟ ପ୍ରବଚନ ପରିବେଷଣ କରନ୍ତି । ପୁରୀରେ ବାସକରନ୍ତି । ଶିଷ୍ୟମାନଙ୍କୁ ପ୍ରବଚନ ଶିକ୍ଷା ଦିଅନ୍ତି ।

ସମ୍ବନ୍ଧିତ ଖବର