ପୁରୀ : ଘୋଷଯାତ୍ରା ସାରି ନୀଳକନ୍ଦରକୁ ଶ୍ରୀଜିଉଙ୍କ ବିଜେ ପରେ ସିଂହଦ୍ବାର ଚକଡ଼ାରେ ବିଜେ ତିନି ରଥର ଭଙ୍ଗା କାର୍ଯ୍ୟ ଶନିବାରଠାରୁ ଆରମ୍ଭ ହୋଇଛି। ଶନିବାର ଦିନ ତିନି ରଥରୁ ଚାରମାଳ ଖୋଲାଯାଇଛି। ସେହିଭଳି ତିନି ରଥରେ ବିଜେ ସାରଥୀ, ପାର୍ଶ୍ବ ଦେବାଦେବୀଙ୍କୁ ରଥରୁ କଢ଼ାଯାଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ରଖାଯାଇଛି। ସେପଟେ ତିନି ରଥର ବ୍ରେକ୍ ସହ ଅନ୍ୟାନ୍ୟ ଅଂଶ ବି ଖୋଲା ଆରମ୍ଭ ହୋଇଛି। ପ୍ରତିବର୍ଷ ରଥ ଭଙ୍ଗାଯିବା ପରେ ଏହାକୁ ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ରଖାଯାଇଥାଏ। ତିନି ରଥର ଚକ ବି ନିଲାମ କରାଯାଇଥାଏ। କିଛି ଚକ ଦାତାଙ୍କୁ ବି ଦାନରେ ଦିଆଯାଇଥାଏ।
ଘୋଷଯାତ୍ରା ପରେ ରଥ ଭଙ୍ଗା ଆରମ୍ଭ
/sambad/media/post_attachments/wp-content/uploads/2021/07/ratha-cc.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)