ନୀତି ନିର୍ଘଣ୍ଟ ଚୂଡାନ୍ତ: ସାଢ଼େ ୩ଟା ପୂର୍ବରୁ ଗଡ଼ିବ ମହାପ୍ରଭୁଙ୍କ ରୁକୁଣା ରଥ

ଭୁବନେଶ୍ବର: ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବହୁ ପ୍ରତୀକ୍ଷିତ ରୁକୁଣା ରଥ ଯାତ୍ରା ପାଇଁ ପାଳିଆ ସେବାୟତଙ୍କୁ ନେଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବୈଠକ ବସିଛି। ରୁକୁଣା ରଥ ପାଇଁ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି। ଅପରାହ୍ନ ୩ଟା ଠାରୁ ସାଢ଼େ ୩ଟା ଭିତରେ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ଟଣା ହେବ। ସବୁ ନୀତି ନିୟମକୁ ସଠିକ ସମୟ ଅନୁସାରେ କରାଯିବ। ସନ୍ଧ୍ୟା ୫ଟା ଠାରୁ ସାଢ଼େ ୫ଟା ମଧ୍ୟରେ ମଙ୍ଗଳ ଆଳତି, ୧୨ଟାରୁ ସାଢ଼େ ୧୨ଟା ମଧ୍ୟରେ ଭୋଗ ଲାଗି ହେବ। ସେହିପରି ଅପରାହ୍‌ଣ ୨ଟାରୁ ଅଢ଼େଇଟା ଭିତରେ ରଥରେ ପୂଜା କରଯିବ ବୋଲି ଲିଙ୍ଗରାଜ ମନ୍ଦିର ସୁପରଭାଇଜର ରାଜ କିଶୋର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଆସନ୍ତା ୨୯ ତାରିଖରେ ଅଶୋକାଷ୍ଟମୀ ଅବସରରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ ଅନୁଷ୍ଠାନ ଛୁଟି ରହିବ। କେନ୍ଦ୍ରାଞ୍ଚଳ ଆରଡିସି ପକ୍ଷରୁ  ସୋମବାର ଏହି ଘୋଷଣା କରାଯାଇଛି। ଲୋକାଲ ହଲିଡେ ପାଇଁ ସେହିଦିନ (ବୁଧବାର) ଖୋର୍ଦ୍ଧା ଜିଲ୍ଲାର ସବୁ ସରକାରୀ କାର୍ଯ୍ୟାଳୟ ଛୁଟି ରହିବ ବୋଲି କେନ୍ଦ୍ରାଞ୍ଚଳ ଆରଡିସି କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦିଆଯାଇଛି।

ଦିନକ ପରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ। ଏଥି ପାଇଁ ଏକାମ୍ରକ୍ଷେତ୍ରରେ ଉତ୍ସାହ ଦେଖାଯାଇଛି। ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥାକୁ ନେଇ କମିସନରେଟ୍‌ ପୁଲିସ ପ୍ରସ୍ତୁତି ଆରମ୍ଭ କରିଛି। ଏବର୍ଷ ରଥଯାତ୍ରାରେ ପ୍ରବଳ ଜନସମାଗମ ହେବାର ସମ୍ଭାବନା ଥିବାରୁ ଏହାକୁ ଦୃଷ୍ଟିରେ ରଖି  ପୁଲିସ କମିସନର୍‌ ସୌମେନ୍ଦ୍ର ପ୍ରିୟଦର୍ଶୀ ଆଇନ ଶୃଙ୍ଖଳା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ତେବେ ଯାତ୍ରା ପରିଚାଳନା ପ‌ାଇଁ ସମନ୍ବୟ ବୈଠକରେ କୌଣସି ସେବାୟତ ଯୋଗ ଦେଇ ନଥିବା ବେଳେ ବୈଠକରେ ସବୁ ସେବାୟତ ନିଯୋଗର ପ୍ରତିନିଧିମାନେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର