ପୁରୀରେ ପହଞ୍ଚିଲା ରଥ ଦଉଡ଼ି

ପୁରୀ : ମାସେ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା। ଏଥପାଇଁ ପ୍ରସ୍ତୁତିପର୍ବ ଜୋରସୋରରେ ଆଗେଇ ଚାଲିଛି। ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଥିବାବେଳେ ଆଜି ତିନି ରଥ ପାଇଁ ରଥ ଦଉଡି ଆସି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଛି। ପୁରୀ ସଦର ବ୍ଲକ୍‌ ଚନ୍ଦନପୁରଠାରେ ଥିବା ଓଡ଼ିଶା ସମବାୟ କତା ନିଗମ କାର୍ଯ୍ୟାଳୟରୁ ଏହି ରଥ ଦଉଡ଼ି ପ୍ରସ୍ତୁତ ହୋଇ ଆସିଛି। ତିନି ରଥ ପାଇଁ ୨୦ଟି ରଥ ଦଉଡ଼ି ବରାଦ ଦିଅଯାଇଥିଲାବେଳେ ପ୍ରଥମ ପର୍ଯ୍ୟାୟରେ ୧୨ଟି ଓ ଦ୍ବିତୀୟ ପର୍ଯ୍ୟାୟରେ ୮ଟି ରଥ ଦଉଡ଼ି ଆସି ପହଞ୍ଚିଛି। ଯେଉଁଥିରେ ତିନି ରଥ ପାଇଁ ୪ଟି ‌ଲେଖାଏଁ ୧୨ଟି ରଥଟଣା ଦଉଡ଼ି ରହିଛି। ଅଘଟଣ ସମୟରେ ଦରକାର ପାଇଁ ଅତିରିକ୍ତ ଦୁଇଟି ରଥ ଦଉଡ଼ିର ବ୍ୟବସ୍ଥା କରାଯାଇଛି। ଏହାବାଦ୍‌ ରଥର ଭିତର କର୍ଡନ୍‌ ପାଇଁ ତିନୋଟି ଓ ବାହାର କର୍ଡନ୍‌ ପାଇଁ ତିନୋଟି ରଥ ଦଉଡ଼ି ଆସି ପହଞ୍ଚିଛି।

ସମ୍ବନ୍ଧିତ ଖବର