ପୁରୀ : ଶ୍ରୀମନ୍ଦିର ସିଂହଦ୍ବାର ଚକଡ଼ାରେ ତିନି ରଥ ଲାଗିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ପାଇଁ ରବିବାର ଅପରାହ୍ଣରେ ତିନି ରଥ ଚାରମାଳ ଲଗାଯାଇଛି। କୋଠ ସୁଆଁସିଆଁ ସେବକମାନେ ଏହି କାର୍ଯ୍ୟ ସମ୍ପନ୍ନ କରିଛନ୍ତି। ସୋମବାର ଚତୁର୍ଦ୍ଧାମୂର୍ତ୍ତି ତିନି ରଥରେ ବିଜେ ହେବା ପରେ ଚାରମାଳ ଫିଟାଇ ରଥଟଣା ଆରମ୍ଭ ହେବ। ତିନି ରଥର ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିବା ପରେ ପୁନର୍ବାର ଚତୁର୍ଦ୍ଧାମୂର୍ତ୍ତି ଆଡ଼ପମଣ୍ଡପକୁ ବିଜେ ପାଇଁ ଚାରମାଳ ଲଗାଯିବ। ଦକ୍ଷିଣମୋଡ଼ ପୂର୍ବରୁ ଏହାକୁ ଫିଟାଯାଇ ପୁନର୍ବାର ବାହୁଡ଼ାଯାତ୍ରା ବେଳେ ଲଗାଯିବ। ସିଂହଦ୍ବାରରେ ତିନି ରଥ ପହଞ୍ଚିବା ପରେ ପୁନର୍ବାର ଚାରମାଳ ଲଗାଯିବ। ମହାପ୍ରଭୁ ନୀଳକନ୍ଦରକୁ ଯିବା ପରେ ଚାରମାଳ ଫିଟାଯିବା ସହ ରଙ୍ଗ ଭଙ୍ଗା ପର୍ବ ଆରମ୍ଭ ହେବ।
କଳସ ସ୍ଥାପନ ପରେ ହେବ ରଥ ପ୍ରତିଷ୍ଠା
ପୁରୀ : ସିଂହଦ୍ବାର ରଥ ଚକଡ଼ାରେ ରଥ ଉତ୍ତରମୁହା ହୋଇ ଗୁଣ୍ଡିଚା ମନ୍ଦିର ଆଡ଼କୁ ମୁହଁ କରି ଗଡ଼ିବାକୁ ଅପେକ୍ଷା କରିଛି। ଏଣେ ରଥ ଉପରେ କଳସ ସ୍ଥାପନ ପାଇଁ କଳସରେ ଚିତ୍ରକର ରଙ୍ଗଦେଇ ପ୍ରସ୍ତୁତ କରିସାରିଛନ୍ତି। ଆସନ୍ତାକାଲି ମନ୍ଦିର ମଧ୍ୟରୁ କଳସ ଆସି ରଥ ଉପରେ ସ୍ଥାପନ ପରେ ରଥ ପ୍ରତିଷ୍ଠା କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/veere-di-wedding-759.jpg)