ଭୁବନେଶ୍ବର : ଚାର୍ଟର ବିମାନ ଭଡ଼ା ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ଆକାଶ ପାଠକ ଓ ତାଙ୍କ ବାପା ଆଇଏଫଏସ୍ ଅଫିସର ଅଭୟକାନ୍ତ ପାଠକଙ୍କୁ ଆଜି ଭୁବନେଶ୍ବର ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଛି। ଠକେଇର ଶିକାର ହୋଇଥିବା ଟ୍ରାଭେଲ ଏଜେନ୍ସି ସ୍କାଏ କିଙ୍ଗ ଅଭିଯୋଗ ଆଧାରରେ ଖାରବେଳନଗର ଥାନାରେ ରୁଜୁ ହୋଇଥିବା ମାମଲା(କେସ୍ ନଂ-୨୯୨/୨୦)ରେ ଉଭୟଙ୍କୁ ପୂର୍ବାହ୍ନରେ ହାଜର କରାଇଥିଲା ପୁଲିସ। ଏହି ନୂଆ ମାମଲା ସଂକ୍ରାନ୍ତରେ ଦୁଇ ଅଭିଯୁକ୍ତ ବାପା-ପୁଅଙ୍କୁ କୋର୍ଟ ଅବଗତ କରାଇଥିଲେ। କିନ୍ତୁ ଆଜି ଉଭୟ ଓକିଲ ଦେଇ ନ ଥିଲେ। ଏହା ପରେ ଉଭୟ ପୁଣି ଜେଲ୍ ଫେରି ଯାଇଥିଲେ। ସୂଚନାଯୋଗ୍ୟ, ଆକାଶ ନିଜକୁ ଟାଟା ମୋଟର୍ସ ଏମଡି ପରିଚୟ ଦେଇ ସ୍କାଏ କିଙ୍ଗ୍ ଟ୍ରାଭେଲ ଏଜେନ୍ସି ଜରିଆରେ ଚାର୍ଟର ଫ୍ଲାଇଟ୍ ବୁକିଂ କରିଥିଲେ। ଭଡ଼ା ବାବଦରେ ବାକି ୬୫ ଲକ୍ଷ ଟଙ୍କା ଦେଉ ନ ଥିଲେ। ବାରମ୍ବାର ଏ ନେଇ ଏଜେନ୍ସି ପକ୍ଷରୁ ବାକି ଟଙ୍କା ମଗା ଯାଉଥିବା ବେଳେ ସେ ଧମକଚମକ ଦେଉଥିବା ଅଭିଯୋଗ ହୋଇଥିଲା। ଗତ ୨ ତାରିଖରେ ଅଭିଯୋଗ ହେବା ପରେ ଖାରବେଳନଗର ଥାନା ପୁଲିସ ମାମଲା ରୁଜୁ କରିଥିଲା।
ଚାର୍ଟର ବିମାନ ଭଡ଼ା ଠକେଇ ମାମଲା : କୋର୍ଟରେ ହାଜର ହେଲେ ପାଠକ ବାପା, ପୁଅ
/sambad/media/post_attachments/wp-content/uploads/2020/12/akasha-44.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)