ସମ୍ବଲପୁର: ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳରେ ଗତ ୩୦ ତାରିଖ ଦିନ ୩ ଜଣ ଯୁବକ ଗୋଡ଼ାଇ ଗୋଡ଼ାଇ ଜଣଙ୍କୁ ଛୁରାମାଡ଼ କରିଥିଲେ। ଏହି ମାମଲାରେ ପୁଲିସ ପୂର୍ବରୁ ୨ ଅଭିଯୁକ୍ତ ସୁନାପାଲିର ଵାହିଦ୍‌ ଖାନ୍‌ ଓ ମୋତିଝରଣର ମହମ୍ମଦ ସାହିଦ ଓରଫ୍‌ ମୁନୁକୁ ଗିରଫ କରିଥିଲା।

Advertisment

ଏହି ମାମଲାରେ ପୁଲିସ ଶୁକ୍ରବାର ମୋତିଝରଣର ସୋନୁ ଓରଫ୍‌ ଆରିଫ୍‌ ଅନସାରିକୁ କୋର୍ଟଚାଲାଣ କରିଛି। ସୂଚନାନୁସାରେ, ଗତ ୩୦ ତାରିଖ ସକାଳ ୯ଟାରୁ ସାଢ଼େ ୯ଟା ମଧ୍ୟରେ ରାଜୁ ଦେହୁରି ଜେଲ୍‌ ଛକ ସ୍ଥିତ ତାଙ୍କ ବାପାଙ୍କ ଚା’ ଦୋକାନକୁ ଯାଉଥିଲେ। ସେହି ସମୟରେ ୩ ଜଣ ଯୁବକ ଜେଲ୍‌ ଛକରୁ ତାଙ୍କୁ ଛୁରି ଧରି ଗୋଡ଼ାଇ ଥିଲେ। କମିସନର୍ସ କଲୋନି ନିକଟରେ ୩ ଜଣ ରାଜୁଙ୍କୁ କାବୁ କରି ଛୁରାମାଡ଼ କରିଥିଲେ।