ପୁରୀ : ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ପୂର୍ବରୁ ସ୍ଥିର କାର୍ଯ୍ୟକ୍ରମ ଅନୁଯାୟୀ ଆଜି ସଂଧ୍ୟାରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା। ତେବେ ଏହି ବୈଠକ ଆରମ୍ଭ ହେବାରେ ଅହେତୁକ ବିଳମ୍ବ ହେବାରୁ ସେବାୟତମାନେ ଏହାକୁ ବର୍ଜନ କରି ଉଠି ଯାଇଥିଲେ। ଫଳରେ ଏହାକୁ ବାତିଲ କରାଯାଇ ଆସନ୍ତାକାଲି ରାତି ୮ଟା ବେଳେ ବୈଠକ ରଖାଯାଇଛି। ଆଜି ସଂଧ୍ୟା ସାଢ଼େ ୬ଟା ବେଳେ ଏହି ବୈଠକ ରଖାଯାଇଥିଲା। ଯଥେଷ୍ଟ ପୂର୍ବରୁ ଛତିଶା ନିଯୋଗର ସମସ୍ତ ସଦସ୍ୟ ଉପସ୍ଥିତ ହୋଇ ସାରିଥିଲେ। ସନ୍ଧ୍ୟା ୭ଟା ୧୫ ପର୍ଯ୍ୟନ୍ତ ଅର୍ଥାତ୍ ୪୫ ମିନିଟ ଧରି ମୁଖ୍ୟ ପ୍ରଶାସକ କିମ୍ବା ଜିଲ୍ଲାପାଳ କିମ୍ବା ଏସ୍ପି ଆସି ନଥିଲେ। ଫଳରେ ସେବାୟତମାନେ ଉତ୍କ୍ଷିପ୍ତ ହୋଇ ବୈଠକ ସ୍ଥାନରୁ ଉଠି ଯାଇଥିଲେ। କିଛି ସମୟ ପରେ ମୁଖ୍ୟ ପ୍ରଶାସକ ପହଞ୍ଚିଥିଲେ। ଏସ୍ପି ମଧ୍ୟ ପହଞ୍ଚିଥିଲେ। ହେଲେ ସେତେବେଳକୁ ସେବାୟତ ଫେରି ଯାଇଥିଲେ। ତେବେ ସେବାୟତ ତଥା ଛତିଶା ନିଯୋଗ ସଦସ୍ୟ ସୌମେନ୍ଦ୍ର ମୁଦୁଲି କହିଛନ୍ତି ଯେ ମୁଖ୍ୟ ପ୍ରଶାସକଙ୍କର କେବଳ ଏହି ଦାୟିତ୍ଵ ନୁହେଁ ଅନ୍ୟ ଦାୟିତ୍ଵ ମଧ୍ୟ ରହିଛି। ଏଣୁ ସେ ବିଳମ୍ବ କରିଥାଇ ପାରନ୍ତି। ସମସ୍ତ ସେବାୟତ ଏକାଠି ଉଠି ଚାଲି ଆସିଥିବାରୁ ଆମେ ଉଠି ଆସିଥିଲୁ ବୋଲି କହିଛନ୍ତି। ତେବେ ଗୌରହରି ପ୍ରଧାନ କହିଛନ୍ତି, ଯଦି କିଛି ଅନ୍ୟ କାମ ଥିଲା ତେବେ ବୈଠକ ଘୁଞ୍ଚାଇ ଦେବାକଥା। ବିଳମ୍ବ କରିବାରେ କୌଣସି ଯଥାର୍ଥତା ନ ଥିଲା। ଏଣୁ ଆମେ ବୈଠକ ବର୍ଜନ କରିଛୁ। ଅନ୍ୟପଟେ ଦୋଳ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ହୋଇଛି। ମାର୍ଚ୍ଚ ୨୮ ତାରିଖରେ ଶ୍ରୀମନ୍ଦିରରେ ମେଣ୍ଢା ପୋଡ଼ି ନୀତି ରହିଥିବା ବେଳେ ୧ ତାରିଖରେ ଦୋଳ ଓ ୨ ତାରିଖରେ ହୋଲି ନୀତି ପାଳିତ ହେବାକୁ ସ୍ଥିର ହୋଇଛି। ଏହି ନୀତି ନିର୍ଘଣ୍ଟକୁ ନେଇ ଛତିଶା ନିଯୋଗ ବୈଠକ ଡକା ଯାଇଥିଲା।
ଛତିଶା ନିଯୋଗ ବୈଠକ : ପ୍ରଶାସକଙ୍କ ବିଳମ୍ବ ଯୋଗୁଁ ସେବାୟତଙ୍କ ବର୍ଜନ
/sambad/media/post_attachments/wp-content/uploads/2018/02/chatisanijoga-baithaka-hela-nahin.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)