ସବୁ ଜିଲ୍ଲାରେ ହେବ ଚତୁର୍ବେଦ ଯଜ୍ଞ

ଭୁବନେଶ୍ବର : ଆନ୍ତର୍ଜାତିକ ସତ୍ୟଚେତନା ଆଧ୍ୟାତ୍ମିକ ଅନୁଷ୍ଠାନ ପକ୍ଷରୁ ରାଜ୍ୟର ସବୁ ଜିଲ୍ଲା‌େର ସମାଜ ଓ ବ୍ୟକ୍ତି କଲ୍ୟାଣ ନିମିତ୍ତ ଚତୁ‌େର୍ବଦ ଯଜ୍ଞର ଆୟୋଜନ କରାଯିବ। ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଅନୁଷ୍ଠାନର ପ୍ରତିଷ୍ଠାତା ସଦ୍‌ଗୁରୁ ସ୍ବାମୀ ଆତ୍ମାନନ୍ଦଜୀ କହିଛନ୍ତି ଯେ ବିଶ୍ବରେ ଦେଖା ଦେଇଥିବା ପ୍ରକୃତିର କୋପ ଓ ଏହାର ପରିଣାମ ବ୍ୟକ୍ତି ଓ ସମାଜ ଜୀବନରେ ଆଶାତୀତ ପ୍ରଭାବ ପକାଇଛି। ଏହାର ମୁଖ୍ୟ କାରଣ ହେଉଛି ପଞ୍ଚମହାଭୂତରେ ଅସନ୍ତୁଳନ। ଓଡ଼ିଶାରେ ଆଧ୍ୟାତ୍ମିକ ଚେତନାର ଉତ୍ତରଣ ସହ ପଞ୍ଚାମହାଭୂତର ସନ୍ତୁଳନ ପାଇଁ ଯଜ୍ଞ ଆ‌ୟୋଜନ ଏକମାତ୍ର ବିକଳ୍ପ। ଏଥି ନିମନ୍ତେ ଆଗ୍ରହୀ ଆ‌ଧ୍ୟାତ୍ମିକ ବ୍ୟକ୍ତିମାନେ ସହଯୋଗ ପାଇଁ ଆ‌େଗଇ ଆସିବାକୁ ସେ ଆହ୍ବାନ ଦେଇଛନ୍ତି। ଏ ସମ୍ପର୍କରେ ଅଧିକ ସୂଚନା ପାଇଁ ୦୬୭୪-୩୫୫୮୧୭୪ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି। ସାମ୍ବାଦିକ ସମ୍ମିଳନୀରେ ପରିଚାଳନା କମିଟିର ସଭ୍ୟ ନଳିନୀକାନ୍ତ ପଟ୍ଟନାୟକ, ହରିହର କାନୁନ୍‌ଗୋ, ‌ସର୍ବେଶ୍ବର ମହାପାତ୍ର, ଗୁରୁଦାସ କୁଣ୍ଡୁ ଓ ବେଦଯଜ୍ଞ ପ୍ରଚାର କମିଟି ଅଧ୍ୟକ୍ଷ ବରଦା ପ୍ରସନ୍ନ ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର