କଟକ: ଚିଟ୍ଫଣ୍ତ୍ ମାମଲାର ତଦନ୍ତ କରୁଥିବା ଜଷ୍ଟିସ୍ ମଦନ ମୋହନ ଦାସ କମିସନ୍ ତିନି ମାସ ଭିତରେ ସରକାରଙ୍କୁ ପରବର୍ତ୍ତୀ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିବାର ସମ୍ଭାବନା ରହିଛି। ଷଷ୍ଠ ପର୍ଯ୍ୟାୟ ସତ୍ୟପାଠ ଯାଞ୍ଚ ପରେ କ୍ଷୁଦ୍ର ଜମାକାରୀଙ୍କ ଚିହ୍ନଟ ଚାଲିଥିବା ବେଳେ ଆଉ କେତେକ ଅର୍ଥ ଲଗାଣକାରୀ ସଂସ୍ଥାକୁ ମଧ୍ୟ ନୋଟିସ୍ ଜାରି କରାଯିବ। ୨୦୧୮, ଅଗଷ୍ଟ ୨୯ରୁ ଆରମ୍ଭ ହୋଇଥିବା ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନର ପ୍ରଭାବ ମଧ୍ୟ ତଦନ୍ତ ପ୍ରକ୍ରିୟା ଉପରେ ପଡିଛି। କମିସନଙ୍କ ନୋଟିସ ପାଇ ହାଜର ହୋଇଥିବା ସଂସ୍ଥା ଗୁଡିକ ଆଇନଜୀବୀଙ୍କ ଆନ୍ଦୋଳନ କାରଣ ଦର୍ଶାଇ ପକ୍ଷ ରଖିବାକୁ ସମୟ ଲୋଡୁଛନ୍ତି। ଏପରି ପରିସ୍ଥିତିରେ କମିସନଙ୍କ ନିକଟରେ ତଦନ୍ତ ମାମଲା ଗୁଡିକର ଶୁଣାଣିରେ ବିଳମ୍ବ ହେଉଛି ବୋଲି ସୂଚନା ମିଳିଛି। ଏଥିସହିତ ଠିକଣା ମିଳୁ ନଥିବା ଅର୍ଥ ଲଗାଣକାରୀ ସଂସ୍ଥା ଗୁଡିକର ଠିକଣା ଏ ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ କମିସନଙ୍କୁ ପ୍ରଦାନ କରାଯାଇ ନାହିଁ। ଫଳରେ ଏହି ସବୁ ସଂସ୍ଥା ଗୁଡିକର ତଦନ୍ତ ମାମଲା ଗୁଡିକର ଶୁଣାଣିରେ ବିଳମ୍ବ ହେଉଛି। ଉଲ୍ଲେଖ ଯୋଗ୍ୟ ଯେ କମିସନ ଏ ପର୍ଯ୍ୟନ୍ତ ସରକାରଙ୍କୁ ୫ଟି ଅନ୍ତରୀଣ ରିପୋର୍ଟ ପ୍ରଦାନ କରି ସାରିଲେଣି। ଗତ ଜୁଲାଇ ୧୩ରେ କମିସନ ପଞ୍ଚମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ।
ତିନି ମାସ ଭିତରେ ଚିଟ୍ଫଣ୍ଡ କମିସନଙ୍କ ପରବର୍ତ୍ତୀ ରିପୋର୍ଟ
ଆଇନଜୀବୀ ଆନ୍ଦୋଳନ ଯୋଗୁ ତଦନ୍ତ ପ୍ରକ୍ରିୟା ବିଳମ୍ବିତ
/sambad/media/post_attachments/wp-content/uploads/2018/10/download-74.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)