ଚାକିରି ଦେବାକୁ କହି ଠକୁଥିଲେ ପ୍ରେମୀ ଯୋଡି, ଭଦ୍ରକରୁ ପ୍ରେମିକ ଗିରଫ, ଭୁବନେଶ୍ୱରରୁ ପ୍ରେମିକାକୁ ଧରିଲା ପୁଲିସ

ଭୁବନେଶ୍ୱର: ଚାକିରି କରାଇବା ନାଁରେ ମହାଠକେଇ । ଭୁବନେଶ୍ୱରରେ ଏଭଳି ଘଟଣା ଘଟିଛି । ରାଜଧାନୀରେ ଚାକିରି କରାଇଦେବାକୁ କହି ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଅଧିକ ଠକେଇ କରିଥିଲେ ଅନୀଲ ସାହୁ ନାମକ ଏହି ବ୍ୟକ୍ତି | ଆଉ ଭଦ୍ରକରୁ ଠକ ଅନୀଲ ସାହୁଙ୍କୁ କମିସନରେଟ ପୁଲିସ ଗିରଫ କରିଛି | ଫେରାର ହେଉଥିବାବେଳେ ଭଦ୍ରକ ରେଳଷ୍ଟେସନରୁ ଅନୀଲକୁ ଗିରଫ କରାଯାଇଛି | ଫେରାର ବେଳେ ଗତକାଲି ଅନୀଲର ସହଯୋଗୀ ତଥା ପ୍ରେମିକାଙ୍କୁ ବିମାନବନ୍ଦରରୁ ଧରିଥିଲା କମିସନରେଟ ପୁଲିସ |

ସୂଚନା ମୁତାବକ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଆଇସିଏଆର(ଇଣ୍ଡିଆନ କାଉନସିଲ ଅଫ ଏଗ୍ରିକଲଚରାଲ ରିସର୍ଚ)ରେ ଚାକିରି କରାଇଦେବା ନାଁରେ ଅନେକ ଲୋକଙ୍କଠାରୁ ଲୁଟ କରିଥିଲେ ଠକ ଅନୀଲ ସାହୁ । ଟଙ୍କା ନେଇ ଠକ ଫେରାର ହେବାକୁ ବସିଥିବାବେଳେ ଶେଷରେ କମିସନରେଟ ପୁଲିସ ଠକକୁ କାବୁ କରିଛି | ତାର ସହଯୋଗୀ କୁହାଯାଉଥିବା ଗାର୍ଲଫ୍ରେଣ୍ଡ ଖସିଯିବାକୁ ଉଦ୍ୟମ କରୁଥିବାବେଳେ ଗତକାଲି ବିମାନବନ୍ଦରରୁ ଧରାପଡିଥିଲା । ସୋସିଆଲ ମିଡିଆରେ ବିଜ୍ଞାପନ ଦେଇ ବେକାର ଯୁବକଙ୍କୁ ଟାର୍ଗେଟ କରୁଥିଲା ଅନୀଲ ।

ପ୍ରଥମେ ରେଜିଷ୍ଟ୍ରେସନ ଫିସ, ତାପରେ ଅବଶିଷ୍ଟ ଟଙ୍କା କିସ୍ତି ଆକାରରେ ଦେବାକୁ ଚୁକ୍ତିନାମା କରୁଥିଲା ଅନୀଲ । ପଦବୀ ଅନୁସାରେ ଦରମା ବି ଫିକ୍ସ କରିଥିଲା ଠକ । ଭୁବନେଶ୍ୱର ରସୁଲଗଡ ଅଚଂଳରେ ଅନୀଲ ସାହୁ ଅଫିସ ଚଳାଉଥିଲା । ଏହି ଠକାମୀରେ ଅନୀଲଙ୍କୁ ସହଯୋଗ କରୁଥିଲେ ଜଣେ ଯୁବତୀ । ସେ ଓଡିଶା ଛାଡି ଫେରାର ହେଉଥିବାବେଳେ ଭୁବନେଶ୍ୱର ବିମାନବନ୍ଦରରୁ ତାଙ୍କୁ ପୁଲିସ ଧରି ପଚରାଉଚରା କରୁଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର