ଓଲା ଇଲେକ୍ଟ୍ରି ସ୍କୁଟର କିଣୁ କିଣୁ ଠକାମିର ଶିକାର ହେଲେ ଯୁବକ

ଭୁବନେଶ୍ୱର: ଆପଣ ଓଲା ଦ୍ୱାରା ଲଂଚ ହୋଇଥିବା ଇଲେକ୍ଟ୍ରିକ ସ୍କୁଟର କିଣିବାକୁ ଚିନ୍ତା କରୁଛନ୍ତି କି ? ଯଦି ହଁ ତେବେ ସ୍କୁଟର କିଣିବା ବେଳେ ସଚେତନ ରୁହନ୍ତୁ | ନଚେତ ଆପଣଙ୍କୁ ଚୁନା ଲଗାଇପାରନ୍ତି ସାଇବର ଠକ | ଆଜି ଭୁବନେଶ୍ୱରରେ ଏମିତି ଏକ ଘଟଣା ଜଣେ ଯୁବକଙ୍କ ସହ ଘଟିଛି | ଆଉ ଏନେଇ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଠକାମିର ଶିକାର ହୋଇଥିବା ଯୁବକ | ମିଳିଥିବା ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲାର ଆଲୋକ ମଲଙ୍କୁ ସାଇବର ଠକ ଲୁଟିନେଇଛନ୍ତି | ତାଙ୍କ ଅଭିଯୋଗ ମୁତାବକ ଓଲା ସ୍କୁଟର କିଣିବା ପାଇଁ ସେ ଓଲା ଆପରେ ବୁକ କରୁଥିଲେ । ପରେ ଆଲୋକଙ୍କୁ ସଙ୍ଗେ ସଙ୍ଗେ ଫୋନ କରିଥିଲେ ସାଇବର ଠକ ।

ଆକାଉଣ୍ଟ ଡିଟେଲସ ଦେଇ ଟଙ୍କା ପଠେଇବା ପାଇଁ କହିଥିଲେ । ଆଉ ଓଲା ଇଲେକ୍ଟ୍ରି ସ୍କୁଟର ଦେବା କଥା କହି ଦୁଇ ଫେଜରେ ପାଖାପାଖି ୪୮ ହଜାର ୫୦୦ଟଙ୍କା ଠକି ନେଇଥିଲେ ସାଇବର ଠକ । ପରେ ଆଲୋକ ଠକେଇର ଶିକାର ହୋଇଥିବା ଜାଣିବା ପରେ ସାଇବର ଠକଙ୍କୁ ଟଙ୍କା ଦେବା ବନ୍ଦ କରିଥିଲେ । ଆଜି ଏ ନେଇ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଆଲୋକ ମଲ । ମାସିକ ଦିନ ମଜୁରୀ କରି ୧୦ ରୁ ୧୨ ହଜାର ଟଙ୍କା ଆଲୋକ ରୋଜଗାର କରୁଥିବାବେଳେ ଟଙ୍କା ଫେରି ପାଇବା ପାଇଁ ସେ ପୁଲିସକୁ ଅନୁରୋଧ କରିଛନ୍ତି ।

ସମ୍ବନ୍ଧିତ ଖବର