ଗୁଗୁଲ ପେ’ ନାମରେ ଅଭିନବ ଠକେଇ : ଲିଙ୍କ ଖୋଲୁ ଖୋଲୁ ଆକାଉଣ୍ଟରୁ ଖାଲି ହୋଇଗଲା ୫୩ ହଜାର ଟଙ୍କା

ଭୁବନେଶ୍ୱର: ଗୁଗୁଲ ପେ’ ନାମରେ ଫେକ କଲ୍ କରି ଅଭିନବ ଠକେଇ । କିଛି ସେକେଣ୍ଡ ମଧ୍ୟରେ ଆକାଉଂଟରୁ କଟିଗଲା ୫୩ ହଜାର ଟଙ୍କା । ଭୁବନେଶ୍ୱରର ରାମଚନ୍ଦ୍ର ପୃଷ୍ଟି ନାମକ ଜଣେ ବ୍ୟକ୍ତିଙ୍କୁ ଆସିିଥିଲା ଏକ ଫୋନ କଲ । ଫୋନ ରିସିଭ କରିବା ପୂର୍ବରୁ ଟ୍ରୁ କଲରରେ ରାମଚନ୍ଦ୍ର  କିଏ ଫୋନ କରିଛି ଜାଣିବାକୁ ଚାହିଁଥିଲେ । ନାମ ଦେଖାଇଥିଲା ଗୁୁଗୁଲ ପେ କଷ୍ଟମର କେୟାର ।

Cybercrime Trends: How to Protect Your Business | BitLyft Cybersecurity
BitLyft

ରାମଚନ୍ଦ୍ର ଫୋନ ଉଠାଇବା ପରେ ଫୋନ କରିଥିବା ବ୍ୟକ୍ତି ଜଣଙ୍କ କହିଥିଲେ ଯେ ଆପଣଙ୍କୁ ୪ ହଜାର ଟଙ୍କାର ରିୱାର୍ଡ ପଏଣ୍ଟ ମିଳିଛି । ତେବେ ଏଥିପାଇଁ ଏକ ଲିଙ୍କକୁ କ୍ଲିକ କରିବାକୁ ପଡିବ । ରାମଚନ୍ଦ୍ର  ଫୋନ କରିଥିବା ବ୍ୟକ୍ତିଙ୍କ ନିର୍ଦ୍ଦେଶ ଅନୁସାରେ ଗୁଗୁଲ ପେକୁ ଯାଇ ଏକ ନିର୍ଦ୍ଦିଷ୍ଟ ଲିଙ୍କ ଉପରେ କ୍ଲିକ କରିଥିଲେ । ଚାହୁଁ ଚାହୁଁ  ହଠାତ ଫୋନ ହ୍ୟାଙ୍ଗ ହୋଇଯାଇଥିଲା ଏବଂ  ଗୁଗୁଲ ପେ ସହିତ ଲିଙ୍କ ଥିବା ୩ଟି ଆକାଉଂଟରୁ କଟିଯାଇଥିଲା ୫୩ ହଜାର ଟଙ୍କା । ତା’ପରେ ରାମଚନ୍ଦ୍ର ଜାଣିପାରିଥିଲେ ଯେ, ତାଙ୍କ ସହିତ ଠକେଇ ହୋଇଛି । ଏ ନେଇ ସେ ସାଇବର ଥାନାରେ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର