ଯୁବତୀଙ୍କୁ ପ୍ରେମ ପ୍ରତାରଣା: ପ୍ରେମିକ ସମେତ ୨ ଜେଲ୍‌ ଗଲେ

ମୁରିବାହାଲ: ମୁରିବାହାଲ ଥାନା ଗୋଲମୁଣ୍ଡ ପଞ୍ଚାୟତ ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ପ୍ରତାରଣା କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପୁଲିସ ଉକ୍ତ ଥାନା ଅନ୍ତର୍ଗତ ଭୋଇପଡ଼ା ଗ୍ରାମର ରିଖିରାମ ସରାଫ(୨୨ବର୍ଷ) ଓ ରିଖିରାମଙ୍କ ବାପା ରୁଦ୍ରେକ ସରାଫ (୪୮ବର୍ଷ)ଙ୍କୁ ଗିରଫ କରି ଜେଲ୍‌ ପଠାଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ଉକ୍ତ ଯୁବତୀ ସହ ରିଖିରାମଙ୍କ ବହୁଦିନରୁ ପ୍ରେମ ସମ୍ପର୍କ ରହିଥିଲା। ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ହେବା ସହ ଗର୍ଭପାତ ମଧ୍ୟ ହୋଇଥିବା ଅଭିଯୋଗ ହୋଇଛି। ଯୁବତୀ ଜଣଙ୍କ ବିବାହ ପାଇଁ ବାରମ୍ବାର ରିଖିରାମଙ୍କୁ କହିଲେ ମଧ୍ୟ ସେ ଶୁଣି ନଥିଲେ। ଶେଷରେ ଯୁବତୀ ଜଣଙ୍କ ଏ ସମ୍ପର୍କରେ ମୁରିବାହାଲ ଥାନାରେ ଏତଲା ଦେଇଥିଲେ। ପୁଲିସ ନଂ ୭୦/୨୨ରେ ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଥିଲା। ହେଲେ କୋର୍ଟରେ ଉଭୟଙ୍କ ଜାମିନ ନାମଞ୍ଜୁର ହୋଇଥିଲା ବୋଲି ଆଇଆଇସି ଜ୍ୟୋତିରାଣୀ ଦାସ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର