ପୁରୀ: ଜଗମୋହନ ବାହାରେ ଲାଗିଥିବା ଲୁହା ବିମ ଦବିଲାଣି। ଏହା ଭାରା ସମ୍ଭାଳି ପାରୁନି। ତେଣୁ ଏଠାରେ ଅତିରିକ୍ତ ଭାରା ଦିଆଯିବ ବୋଲି ଆଜି ଭୁବନେଶ୍ବରରେ ଶ୍ରୀମନ୍ଦିର ବୈଷୟିକ କମିଟିର ଏକ ବୈଠକରେ ନିଷ୍ପତ୍ତି ହୋଇଛି। ଆସନ୍ତା ଜାନୁଆରି ୫ ତାରିଖରେ ବିଶେଷଜ୍ଞ ଦଳ ଶ୍ରୀମନ୍ଦିର ଜଗମୋହନ ଓ ନାଟମଣ୍ଡପର ଯାଞ୍ଚ କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ମିଳିଥିବା ସୂଚନା ମୁତାବକ, ନାଟ ମଣ୍ଡପର ଯେଉଁ ପଥର ବିମ୍ ରହିଛି ସେଥିରେ ସେନ୍ସର ଓ ମନିଟର୍ ଲାଗିବ। ସେହିଭଳି ନାଟମଣ୍ଡପ ଛାତରୁ ପାଣି ଗଳୁଥିବାରୁ ଖୁବ ଶୀଘ୍ର ଛାତରେ ରସାୟନ ପ୍ରଲେପ ଦିଆଯିବ। ଖଡଗପୁର ଆଇଆଇଟି ତତ୍ତ୍ବାବଧାନରେ ଏହି କାମ କରାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୋର୍ କମିଟି ସଦସ୍ୟ ଗୋପାଳ ଚନ୍ଦ୍ର ମିତ୍ର, ମନ୍ଦିର ଅଧିକ୍ଷଣ ଯନ୍ତ୍ରୀ ଏନସି ପାଲ, ଏଏସଆଇ ପକ୍ଷରୁ ଚିତ୍ତରଂଜନ ଦାଶ, ପଦ୍ମଲୋଚନ ମହାପାତ୍ର ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।
ଜାନୁଆରି ୫ରେ ନାଟମଣ୍ଡପ, ଜଗମୋହନ ଅନୁଧ୍ୟାନ
ଜଗମୋହନ ବାହାରେ ଲାଗିଥିବା ଲୁହା ବିମ୍ ଦବୁଛି
/sambad/media/post_attachments/wp-content/uploads/2018/11/Vimala-Temple-Puri.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)