ଯାନବାହାନ ଯାଞ୍ଚ : ୨୨ଲାଇସେନସ୍ ବାତିଲ, ୨ଲକ୍ଷ ୭୬ହଜାର ୫୦୦ଟଙ୍କାର ଜରିମାନା ଆଦାୟ

ଜୟପୁର: ଜୟପୁର ସଦର ଥାନା ଓ କୋରାପୁଟ ଆଂଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଆଜି ଆମ୍ବାଗୁଡା ଠାରେ ଶୁନ୍ୟସହିଷ୍ଣୁତା ମୋଟରଯାନ ଆଇନରେ ଯାଂଚ କରାଯାଇଥିଲା।  ଦୁଇ  ଓ ଚାରିଚକିଆ ଯାନବାହନର କାଗଜପତ୍ର, ହେଲମେଟ୍ ଓ ସିଟ୍ ବେଲଟ୍ ଆଦି ଯାଂଚ କରାଯାଇଥିଲା। ଏଥିରେ ୮୬ଜଣଙ୍କ ଠାରୁ ୨ଲକ୍ଷ ୭୬ହଜାର ୫୦୦ଟଙ୍କାର ଜରିମାନା ଆଦାୟ କରାଯାଇଥିଲା।

ଏହା ସହ ହେଲମେଟ୍ ପିନ୍ଧିନଥିବା ଏବଂ ସିଟ୍ ବେଲଟ୍ ବାନ୍ଧିନଥିବା ୨୨ଜଣଙ୍କର ଡ୍ରାଇଭିଂ ଲାଇସେନସ୍ (ଚାଳକ ଲାଇସେନସ୍ ) ବାତିଲ୍ କରାଯାଇଥିବା କହିଛନ୍ତି ଜୟପୁର ସଦରଥାନା ଅଧିକାରୀ ଇଶ୍ବର ତାଣ୍ଡି। ଏହି ଯାଂଚରେ ସଦରଥାନା ଅଧିକାରୀ ଶ୍ରୀ ତାଣ୍ଡି, ଆମ୍ବାଗୁଡା ପାଣ୍ଡି ଅଧିକାରୀ ସବଇନିସପେକ୍ଟର ପ୍ରଶାନ୍ତ କୁମାର ମହାନ୍ତି, ସବଇନିସପେକ୍ଟର ନବୀନ ଟପ୍ପୋ, ଏଏସଆଇ ଗଣେଶ ବେହେରା, ବାସନ୍ତି ନାୟକ ଓ ଟିମ୍ ଉପସ୍ଥିତ ଥିଲେ। ଏଥିରେ ଜୟପୁର ସଦରଥାନା ପକ୍ଷରୁ ୪୫ଜଣଙ୍କ ଠାରୁ ୧ଲକ୍ଷ ୨୩ହଜାର ଜରିମାନା ଆଦାୟ କରିବା ସହ ୨୨ଜଣଙ୍କର ଚାଳକ ଲାଇସେନସ୍ ବାତିଲ କରାଯାଇଛି। ସେଭଳି ଆଂଚଳିକ ପରିବହନ କାର୍ଯ୍ୟାଳୟର ଟିମ୍ ପକ୍ଷରୁ ୪୧ଜଣଙ୍କ ଠାରୁ ୧ଲକ୍ଷ୫୩ହଜାର ୫୦୦ଟଙ୍କାର ଜରିମାନା ଆଦାୟ କରାଯାଇଥିବା ସୂଚନା ଦେଇଛନ୍ତି ସଦରଥାନା ଅଧିକାରୀ ଶ୍ରୀ ତାଣ୍ଡି।

 

 

ସମ୍ବନ୍ଧିତ ଖବର