କଟକରେ ପନିର‌୍‌ ବି ନକଲି! ୟୁରିଆ, ସଲଫୁରିକ୍ ଏସିଡ ଓ ମଇଦାରୁ ହେଉଛି ତିଆରି

କଲିକତାରୁ ଆମଦାନି, ବିଭିନ୍ନ ଜିଲ୍ଲାକୁ ଚାଲାଣ

କଟକ : କଟକରେ ଚାଲିଥିବା ନକଲି ତଥା ଭେଜାଲ୍ ଖାଦ୍ୟ ସାମଗ୍ରୀ କାରବାର ତାଲିକାରେ ଆଜି ଯୋଡ଼ି ହୋଇଯାଇଛି ପନିର‌୍‌। ୟୁରିଆ ସାର, ସଲଫୁରିକ୍‌ ଏସିଡ୍‌, ଗ୍ଲିସୋରିନ୍‌, ମଇଦା ଓ ନଷ୍ଟ ହୋଇଥିବା କ୍ଷୀରରୁ ପ୍ରସ୍ତୁତ ଏହି ପନିର କିଲୋପିଛା ମାତ୍ର ୧୫୦ ଟଙ୍କାରେ କଟକ ସହରରେ ବିକ୍ରି ହେଉଥିବା ଜଣାପଡ଼ିଛି। ଏହି ଭେଜାଲ୍ ପନିର‌୍‌ ରାକେଟ୍‌କୁ ଆଜି ଚାଉଳିଆଗଞ୍ଜ ଥାନା ପୁଲିସ ଠାବ କରିଛି। ଓଏମପି ଛକରୁ ଆଜି ଭୋର ସମୟରେ ୧ କୁଇଣ୍ଟାଲ୍‌ ଓଜନର ଏହି ଭେଜାଲ ପନିର‌୍‌ ଜବତ ହେବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଚାଉଳିଆଗଞ୍ଜ ଥାନା ପୁଲିସ ପନିର ଜବତ କରିଥିବା ବେଳେ ଏହି କାରବାରରେ ସମ୍ପୃକ୍ତ ଖାନନଗର ତେଲିସାହିର ଶୁକଦେବ ସାହୁ(୫୫)କୁ ଗିରଫ କରିଛି। କାରବାରରେ ଚାଉଳିଆଗଞ୍ଜ ନୂଆ ବଜାରର ଜଣେ କାର୍ପଟଦାରକୁ ପୁଲିସ ଚିହ୍ନଟ କରିଛି। କାର୍ପଟଦାର ସମେତ ୩ ଏଜେଣ୍ଟଙ୍କ ଗିରଫ ତାଲିକା ପୁଲିସ ପ୍ରସ୍ତୁତ କରିଛି। ସୁକଦେବ ଭୋରୁ ପନିର ଆଣି ଲିଙ୍କରୋଡସ୍ଥିତ ନିଶାମଣି ହଲ୍‌ ନିକଟରେ ଥିବା ଏକ ସାଇକେଲ୍‌ ଷ୍ଟାଣ୍ତରେ ଲୁଚାଇ ରଖୁଥିଲା। ଏଠାରେ ନକଲି ପନିରର ଏକ ଅସ୍ଥାୟୀ ଗୋଦାମ ଖୋଲା ଯାଇଥିବା କୁହାଯାଉଛି। ଏହିଠାରୁ କଟକ ସହରକୁ ଚାଲାଣ ହେଉଥିବା ବେଳେ ରାତି ବସରେ ଫୁଲବାଣୀ ଓ କଳାହାଣ୍ତି ଜିଲ୍ଲାକୁ ଭେଜାଲ ପନିର‌୍‌ ଚାଲାଣ କରାଯାଉଥିବା ଭଳି ଚାଞ୍ଚଲ୍ୟକର ତଥ୍ୟ ପୁଲିସ ହାତରେ ଲାଗିଛି।

ସୂଚନା ଅନୁଯାୟୀ, କଲିକତାରୁ ଦୈନିକ ଏହି ନକଲି ତଥା ଭେଜାଲ ପନିର‌୍‌ କଟକ ସହରକୁ ଆସୁଥିବା କମିସନରେଟ୍‌ ପୁଲିସ ଓ ସିଏମସି ଗଲା ୩ ମାସ ହେବ ଖବର ପାଇଥିଲା। ଏହି ରାକେଟ୍‌କୁ ଧରିବା ପାଇଁ ପୁଲିସ ଜାଲ ବିଛାଇବା ପରେ ପ୍ରଥମେ ସାମନାକୁ ଆସିଥିଲା ନକଲି ପନିର‌୍‌ ଏଜେଣ୍ଟ ଶୁକଦେବ ସାହୁ। କଲିକତାରୁ ଘରୋଇ ବସ ଯୋଗେ ପନିର କଟକ ସହରକୁ ଆସୁଥିଲା। ଶୁକଦେବ ପୁଲିସ ହାତରେ ଧରାପଡ଼ିବା ଭୟରେ ନିୟମିତ ପନିର‌୍‌ ଅନଲୋଡି˚ର ଠିକଣା ବଦଳାଉଥିଲା। ଦିନେ ମଙ୍ଗୁଳି ତ ଆର ଦିନକୁ ଓଏମପି ଛକରେ ମାଲ୍‌ ଅନଲୋଡ ହେଉଥିଲା। ପୁଲିସ ତାକୁ ଧରିବା ସମ୍ଭବପର ନହେବାରୁ ଶୁକଦେବର ମୋବାଇଲ ଟ୍ରାକି˚ କରାଯାଇଥିଲା। ଆଜି ଭୋର ପ୍ରାୟ ୪ଟା ବେଳେ କଲିକତାରୁ ଏକ ଘରୋଇ ବସ ଯୋଗେ ପନିର ଓଏମପି ଛକରେ ଅନଲୋଡି˚ ହୋଇଥିଲା। ପୁଲିସ ଓ ସିଏମସିର ବରିଷ୍ଠ ଅଧିକାରୀଙ୍କ ମିଳିତ ଚଢ଼ଉରେ ସୁକଦେବକୁ ଗିରଫ କରିବା ସହିତ ୧ କୁଇଣ୍ଟାଲ୍‌ ପନିର ଜବତ ହୋଇଥିଲା। ଜବତ ପନିରର ମୂଲ୍ୟ ୨୫ ହଜାର ଟଙ୍କା ହେବ ବୋଲି କୁହାଯାଉଛି। ଏହି ପନିର କଟକ ସହର ସମେତ ଭୁବନେଶ୍ବର, ଯାଜପୁର, କେନ୍ଦ୍ରାପଡ଼ା, ଜଗତସି˚ହ ଚାଲାଣ ହେଉଥିଲା। ବ୍ରହ୍ମପୁର, ଗଞ୍ଜାମ ସମେତ କଳାହାଣ୍ତି ଓ ଫୁଲବାଣୀକୁ ଶୁକଦେବ ମାଧ୍ୟମରେ ପନିର ଚାଲାଣ ହେଉଥିଲା।

ଆଜି ଦିନ ପ୍ରାୟ ୧୨ଟା ବେଳେ ସିଏମସି ପକ୍ଷରୁ ମୋବାଇଲ୍‌ ଫୁଡ଼୍ ଟେଷ୍ଟି˚ ଲାବୋରେଟାରି ମାଧ୍ୟମରେ ପନିରର ମାନ ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ଏଥିରେ ୟୁରିଆ ସାର, ସଲଫୁରିକ୍‌ ଏସିଡି, ଗ୍ଲିସୋରିନ୍‌, ମଇଦା ଓ ନଷ୍ଟ ହୋଇଥିବା କ୍ଷୀର ମିଶାଯାଇଥିବା ଜଣାପଡ଼ିଥିଲା। ୟୁରିଆ ଓ ସଲଫୁରିକ ଏସିଡ୍‌ ମିଶିବା ପରେ ନକଲି ପନିର ଫୁଲିଯାଉଥିଲା। ନକଲି ପନିରଗୁଡ଼ିକ ନଷ୍ଟ କରାଯାଇଥିବା ବେଳେ ଏହି ପନିରର ନମୁନା ସିଏମସି ପକ୍ଷରୁ ରାଜ୍ୟ ଖାଦ୍ୟ ପରୀକ୍ଷା ବିଶ୍ଳେଷଣ ଗାରକୁ ପଠାଯାଇଛି। ଆସନ୍ତା ୫ ଦିନ ମଧ୍ୟରେ ରିପୋର୍ଟ ଆସିବାର ସମ୍ଭାବନା ରହିଛି।

କଲିକତାରୁ ନକଲି ପନିର‌୍‌ କେଜି ପିଛା ୬୦ରୁ ୭୦ ଟଙ୍କାରେ କିଣାଯାଉଥିବା ବେଳେ କଟକରେ ୧୫୦ ଟଙ୍କାରେ ବିକ୍ରି କରାଯାଉଥିଲା। ବଜାରରେ ଅସଲି ପନିର ୨୦୦ରୁ ୨୨୦ ଟଙ୍କା ମୂଲ୍ୟରେ ବିକ୍ରି କରାଯାଉଥିବା ବେଳେ ଅଳ୍ପ ମୂଲ୍ୟରେ ନକଲି ପନିର ମିଳିଯାଉଥିବାରୁ ଗ୍ରାହକଙ୍କ ଚାହିଦା ଅଧିକ ରହିଥିଲା। ଏହି ରାକେଟ୍‌ କଟକ ସହରର ବିଭିନ୍ନ ହୋଟେଲକୁ ନକଲି ପନିର ଚାଲାଣ କରୁଥିବା ବେଳେ କ୍ୟାଟରି˚ ଏବ˚ ବିବାହ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ବିକ୍ରି କରୁଥିଲେ।

ସମ୍ବନ୍ଧିତ ଖବର