ଅଡ଼ିଟ୍‌ ଧରିଲା : ନିରାମୟ‌ ‘କେମୋ’କୁ ବିକି ଦେଲେ

ମାଗଣାକୁ ‌୪ ଲକ୍ଷରେ କିଣିଛନ୍ତି ୧୫ ରୋଗୀ

କଟକ : ରାଜ୍ୟର ଏକମାତ୍ର ସରକାରୀ କର୍କଟ ରୋଗ ଚିକିତ୍ସା କେନ୍ଦ୍ର ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ ରୋଗ କେନ୍ଦ୍ରରେ ପୁଣି ଏକ ଗୁରୁତର ଆର୍ଥିକ ଅନିୟମିତତା ସାମନାକୁ ଆସିଛି। ନିରାମୟ ଯୋଜନାରେ ଯେଉଁ ‘କେମୋ’ ଅଥବା ଔଷଧ ରୋଗୀଙ୍କୁ ମାଗଣାରେ ଦିଆଯିବା କଥା, ତାହାକୁ ରୋଗୀଙ୍କୁ ବିକ୍ରି କରାଯାଇଛି। ପ୍ରାୟ ୧୫ ଜଣ ରୋଗୀ ୩ ଲକ୍ଷ ୬୪ ହଜାର ୮୯୯ ଟଙ୍କା ଦେଇ ଏହି ମାଗଣା କେମୋ କିଣିଛନ୍ତି। ଯଦିଓ ଏହି ଅର୍ଥ ସରକାରୀ ତହବିଲରେ ଜମା ହୋଇଛି, ତଥାପି ସରକାରଙ୍କ ଯୋଜନା ଏବଂ ନିୟମ ବାହାରେ ସାଧାରଣ ଲୋକଙ୍କ ସ୍ବାର୍ଥ ବିରୋଧରେ ଏଭଳି ନିଷ୍ପତ୍ତି କାହିଁକି ନିଆଗଲା, ତାହାକୁ ନେଇ ଏବେ ଅଡିଟ ପ୍ରଶ୍ନ ଉଠାଇଛି। କର୍କଟ କେନ୍ଦ୍ରର ନିର୍ଦ୍ଦେଶକଙ୍କୁ ୩ ବର୍ଷ ହେଲା ଦୁଇ ଗୁଣ ଅଧିକ ଦରମା ଦିଆଯାଉଥିବା ଘଟଣା ସାମନାକୁ ଆସିଥିବା ବେଳେ ଏବେ ଏ ପ୍ରକାର ଘଟଣା ସାମନାକୁ ଆସିଛି। ସହ ଗୋଟିଏ ମାସ ଭିତରେ ଏହାର ରିପୋର୍ଟ ଦେବ‌ା ପାଇଁ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ନିର୍ଦ୍ଦେଶକଙ୍କୁ ସ୍ବାସ୍ଥ୍ୟ ସଚିବ ଚିଠି ଲେଖିଛନ୍ତି।

ନିୟମ ଅନୁସାରେ, ନିରାମୟ ଯୋଜନାରେ ପ୍ରତି ସରକାରୀ ମେଡିକାଲରେ ରୋଗୀଙ୍କୁ ମାଗଣା ଔଷଧ ମିଳିବା କଥା। କିନ୍ତୁ ୨୦୧୫, ମେ’ ୧ ତାରିଖରୁ ୨୦୧୭, ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ‘ନଟ୍ ଫର୍‌ ସେଲ’ ଲେଖାଥିବା କେମୋକୁ ରୋଗୀଙ୍କୁ ବିକ୍ରି କରାଯାଇଛି। ଏସବୁ ବିକ୍ରି ପାଇଁ ନିର୍ଦ୍ଦେଶକ (ଆଦେଶ ନଂ ୨୫୨/ଏଏଚ୍‌ଆରସିସି ତା ୧୯/୧/୨୦୧୭) ପ୍ରଥମେ ଚିଠି କରିଥିବା ବେଳେ ତାହାକୁ ପୁଣି (ଚିଠି ନଂ ୩୯୫୭/ତା ୧୮/୯/୨୦୧୭ରେ) ପ୍ରତ୍ୟାହାର କରିଛନ୍ତି। କିନ୍ତୁ ୨୦/୧/୨୦୧୭ରୁ ୧୮/୯/୨୦୧୭ ଭିତରେ ୭ଟି କୋମୋ ବା ଆଣ୍ଟି କ୍ୟାନସର୍‌ ଡ଼୍ରଗ୍‌କୁ ବିକ୍ରି କରାଯାଇଛି। ଯେଉଁଥି ପାଇଁ ୨୪ଟି ବିକ୍ରି ସଂପର୍କୀତ ରସିଦ୍‌ ମଧ୍ୟ କଟାଯାଇଛି। ୧୫ ଜଣ ରୋଗୀଙ୍କୁ ୩ଲକ୍ଷ ୬୪ହଜାର ୮୯୯ ଟଙ୍କାରେ ଏସବୁ ବିକ୍ରି କରାଯାଇଥିବା ବେଳେ ଏହି ଟଙ୍କା ମଧ୍ୟ ୩ଟି ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଇଛି। ମାଗଣା‌େର ଦିଆଯାଉଥିବା ଔଷଧକୁ କେଉଁ ଉଦ୍ଦେଶ୍ୟରେ ୧୫ ଜଣ ରୋଗୀଙ୍କୁ ବିକ୍ରି କଲା, ତାହାକୁ ନେଇ ଅଡିଟରେ ପ୍ରଶ୍ନ ଉଠାଯିବା ସହ ଏଥିପାଇଁ ସରକାରଙ୍କଠାରୁ ପୂର୍ବରୁ ଅନୁମତି ଅଣାଯାଇଥିଲା ‌େବାଲି ଦିଆଯାଇଥିବା ସୂଚନାକୁ ନାପସନ୍ଦ କରିଛନ୍ତି। ଏହାକୁ ନେଇ ଆପତ୍ତି ଉଠିଥିବାରୁ ବିକ୍ରି କରି ଆଦାୟ କରାଯାଇଥିବା ୩ ଲକ୍ଷ ୬୪ହଜାର ୮୯୯ ଟଙ୍କାକୁ ଟ୍ରେଜେରୀ ଚାଲାଣ ମାଧ୍ୟମରେ ନିର୍ଦ୍ଦି‌ଷ୍ଟ ଆକାଉଣ୍ଟରେ ପୈଠ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର