ଛେଣ୍ଡିପଦା: ଛେଣ୍ଡିପଦା ରେଞ୍ଜର ମନମୋହନ ସ୍ବାଇଁ ବନବିଭାଗର ଏକ ଗାଡ଼ିରେ ନିଜ ଘରକୁ ଆଜି ବିପୁଳ ଟଙ୍କା ନେଇ ଯିବାବେଳେ କଟକ ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି। ଏଥିସହ ଭିଜିଲାନ୍ସ ଟିମ୍ ଛେଣ୍ଡିପଦା ସ୍ଥିତ ଶ୍ରୀ ସ୍ବାଇଁଙ୍କ ସରକାରୀ ବାସଭବନରେ ପହଞ୍ଚି ଛାନଭିନ୍ ଚଳାଇଛି।
ଭିଜିଲାନ୍ସ ସୂତ୍ରରୁ ପ୍ରକାଶ, ରେଞ୍ଜର ଶ୍ରୀ ସ୍ବାଇଁଙ୍କ ଘର ଯାଜପୁର ଜିଲ୍ଲାରେ। ସେ ଆଜି ବନ ବିଭାଗର ଏକ ବଲେରୋରେ ୨ ଲକ୍ଷ ୭୦ ହଜାର ଟଙ୍କା ଧରି ନିଜ ଘରକୁ ଯାଉଥିଲେ। କଟକ ଭିଜିଲାନ୍ସ ଏସ୍ପି ଏମ୍. ରାଧାକୃଷ୍ଣଙ୍କ ନିର୍ଦ୍ଦେଶରେ ଏକ ଟିମ୍ ମୁଣ୍ଡଳି ନିକଟରେ ଚଢ଼ଉକରି ଶ୍ରୀ ସ୍ବାଇଁଙ୍କଠାରୁ ଗାଡ଼ି ଓ ଟଙ୍କା ଜବତ କରିଥିଲେ। ଭିଜିଲାନ୍ସ ଡିଏସ୍ପି ପ୍ରଦୀପ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଶ୍ରୀ ସ୍ୱାଇଁଙ୍କ ଛେଣ୍ଡିପଦା ସରକାରୀ ବାସଭବନରେ ଖାନତଲାସ ଚଳାଇଥିଲା। ରିପୋର୍ଟ ଲେଖାହେବା ସୁଦ୍ଧା (ସଂଧ୍ୟା ୬ଟା) ତାଙ୍କ ବାସଭବନରୁ ନଗଦ ୫୦ ହଜାର ଟଙ୍କା, ୨ ଲକ୍ଷ ଟଙ୍କା ଫିକ୍ସ ଜମାର ପ୍ରମାଣପତ୍ର ଜବତ କରିିଥିଲେ। ତାଙ୍କ ସରକାରୀ ବାସଭବନ ସହିତ ଯାଜପୁର ଜିଲ୍ଲାରେ ଥିବା ତାଙ୍କ ପୈତୃକ ବାସଭବନରେ ବି ଖୋଳତାଡ଼ ଚାଲିଥିଲାl
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/fs98h7f89h7sf89h7sf98hsfhsfhhshfhfhf.jpg)