ଛେରାପହଁରା କରିବେ ଗଜପତି

ସୋମବାର ରାତିରୁ ପୁରୀକୁ ବସ୍‌ ଓ ଟ୍ରେନ୍‌ ଚଳାଚଳ ଉପରେ କଟକଣା

ଭୁବନେଶ୍ବର : ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେବା ଏକ ଚମତ୍କାର ବୋଲି ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି। ତେବେ ସ୍ନାନଯାତ୍ରାରେ କଟକଣା ଯୋଗୁଁ ତାଙ୍କ ବଦଳରେ ମୁଦିରସ୍ତ ଛେରାପହଁରା କରିଥିଲେ। କିନ୍ତୁ ଏବେ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ଅନୁମତି ଦେବା ପରେ ରଥ ଉପରେ ତାଙ୍କର ଛେରାପହଁରା କରିବାରେ କିଛି ସମସ୍ୟା ନାହିଁ ବୋଲି ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି। ଅର୍ଥାତ ଆସନ୍ତାକାଲି ଗଜପତି ଛେରା ପହଁରା କରିବା ନିଶ୍ଚିତ ହୋଇଛି।

ପ୍ରତି ରଥରେ ୫୦୦ ସେବକ ରଥ ଟାଣିବେ: ମୁଖ୍ୟ ପ୍ରଶାସକ
ପ୍ରତି ରଥରେ ସର୍ବାଧିକ ୫୦୦ ସେବକ ରଥ ଟାଣିବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର କହିଛନ୍ତି। ତେବେ ରଥଟଣା‌ରେ ନିୟୋଜିତ ସମସ୍ତ ସେବକଙ୍କ କୋଭିଡ ନେଗେଟିଭ୍‌ ଥିବା ଆବଶ୍ୟକ ବୋଲି ସେ କହିଛନ୍ତି। ଏହା ପୂର୍ବରୁ ବହୁ ସେବକଙ୍କ କୋଭିଡ ପରୀକ୍ଷା କରାଯାଇଥିଲା। ୨୨ ତାରିଖରେ ଅବଶିଷ୍ଟ ସେବକଙ୍କ କୋଭିଡ ଟେଷ୍ଟ କରାଯାଇଛି ବୋଲି ସେ କହିଛନ୍ତି।

ସୋମବାର ରାତିରୁ ପୁରୀକୁ ବସ୍‌ ଓ ଟ୍ରେନ୍‌ ଚଳାଚଳ ଉପରେ କଟକଣା
ଭୁବନେଶ୍ବର : ଆସନ୍ତାକାଲି ପୁରୀ ରଥଯାତ୍ରା। ବିନା ଭକ୍ତରେ ରଥଯାତ୍ରା କରିବାକୁ ପୁରୀକୁ ଆଜି ରାତି ୯ଟାରୁ ବୁଧବାର ଅପରାହ୍ନ ୨ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ରଥଯାତ୍ରା ପାଇଁ ଏହି ସମୟତକ ପୁରୀକୁ କୌଣସି ବସ୍‌ କିମ୍ବା ଟ୍ରେନ୍‌ ଚଳାଚଳ ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ସ୍ବତନ୍ତ୍ର ରିଲିଫ୍‌ କମିସନରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁଯାୟୀ କେବଳ ରଥଯାତ୍ରା ଦାୟିତ୍ବରେ ଥିବା ସରକାରୀ କର୍ମଚାରୀଙ୍କୁ ନେଇ ଯାଉଥିବା ସରକାରୀ ଗାଡ଼ି, ପୁଲିସ ଗାଡ଼ି ଓ ଅତି ଜରୁରୀ ସେବା ଗାଡ଼ିକୁ ପୁରୀକୁ ଆସିବା ପାଇଁ ଅନୁମତି ଦିଆଯିବ। ଏତଦ୍‌ବ୍ୟତୀତ ଅନ୍ୟ କୌଣସି ଗାଡ଼ିକୁ ପୁରୀ ଜିଲ୍ଲାକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବନି।

ସମ୍ବନ୍ଧିତ ଖବର