ରଥ ଉପରେ ଗଜପତି ମହାରାଜଙ୍କ ଛେରାପହଁରା

ପୁରୀ: ତିନି ରଥ ଉପରେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରେ ଗଜପତି ମହାରାଜା ମଧ୍ୟ ଶ୍ରୀଜିଉମାନଙ୍କୁ ଦର୍ଶନ କରିଛନ୍ତି । ରଥଯାତ୍ରାର ଅନ୍ୟତମ ଆକର୍ଷଣୀୟ ପର୍ବ ‘ଛେରାପହଁରା’ ନୀତି ଅନୁଷ୍ଠିତ ହୋଇଯାଇଛି । ରଥ ଉପରେ ଗଜପତି ମହାରାଜଙ୍କ ଦ୍ୱାରା ଛେରାପହଁରା ନୀତି କରାଯାଇଛି । ଗଜପତି ମହରାଜ ଆଜି ଶ୍ରୀନଅରରୁ ତାମଯାନରେ ଆସି ରଥ ଉପରେ ପହଂଚିଥିଲେ । ସେ ରାଜାବେଶରେ ରଥ ଉପରେ ଛେରାପହଁରା କରିଥିଲେ । ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ପ୍ରଥମେ ତାଳଧ୍ୱଜ ରଥରେ ଚଢ଼ି ସୁବାସିତ ଜଳ ସଂଚନ କରିଥିଲେ ।  ପରେ ସୁବର୍ଣ୍ଣ ସମାର୍ଜନୀରେ ଛେରାପହଁରା କରିଥିଲେ ।

ଏହା ପରେ ଗଜପତି ମହାରାଜ ତାମଜାନରେ ବସି ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଓ ଶେଷରେ ନନ୍ଦିଘୋଷ ରଥକୁ ଯାଇ ଛେରାପହଁରା ନୀତି ସମାପନ କରିବା ପରେ ରଥଟଣା ଆରମ୍ଭ ହେବ।

ସମ୍ବନ୍ଧିତ ଖବର