ରାଉରକେଲା: ବିହାରୀ ସମ୍ପ୍ରଦାୟର ଆସ୍ଥା ଓ ବିଶ୍ବାସର ଗଣପର୍ବ ଛଟ୍ ସ୍ମାର୍ଟସିଟିରେ ଆନନ୍ଦ ଉତ୍ସାହର ପାଳନ ହୋଇଛି। ଆଜି ସଂଧ୍ୟାରେ ହଜାର ହଜାର ବ୍ରତଧାରୀମାନେ ନିକଟସ୍ଥ ଜଳାଶୟରେ ପୂଜାର୍ଚ୍ଚନା କରିବା ସହ ଅସ୍ତମିତ ସୂର୍ଯ୍ୟ ଦେବତାଙ୍କୁ ପ୍ରଥମ ଅର୍ଘ୍ୟ ପ୍ରଦାନ କରିଛନ୍ତି। ସହରର ବ୍ରତଧାରୀ ସହର ଓ ଏହାର ଆଖପାଖର ପ୍ରାୟ ୨୫ରୁ ଅଧିକ ନଦୀ ଘାଟ ଓ ପୋଖରୀ ଅସ୍ତମିତ ସୂର୍ଯ୍ୟଙ୍କୁ ପ୍ରଥମ ଅର୍ଘ ପ୍ରଦାନ କରିଛନ୍ତି। କିଛି ବ୍ରତଧାରୀ ସୀମାନ୍ତ ଝାଡ଼ଖଣ୍ଡ ଧାନାପାଲିରେ ପହଞ୍ଚି କୋଏଲନଦୀରେ ସୂର୍ଯ୍ୟ ଦେବତାଙ୍କୁ ପ୍ରଥମ ଅର୍ଘ୍ୟ ପ୍ରଦାନ କରିଛନ୍ତି।
ସହରର ବ୍ରାହ୍ମଣୀନଦୀ ଘାଟ, ରୁପଟୋଲା, ଝିରପାଣିର ଆଦିତ୍ୟ ଘାଟ, ସେକ୍ଟର-୧୬ ଧୋବିଘାଟ, ଗୋପବନ୍ଧୁପାଲୀ ରେଲୱେ ପୋଖରୀ, ପାନପୋଷ ହନୁମାନ ଗାଟ, ରୁପୁଟୋଲା ଘାଟ, ବାଲୁଘାଟ, ତିଲକାନଗର ପୋଖରୀ, ଡୁର୍ମେତା, ତେତରକେଲା ଘାଟ, ହାଡପକ୍କା ଘାଟ ପାନପୋଷ, ବେଦବ୍ୟାସ ତ୍ରିବେଶୀ ସଙ୍ଗମ୍ ଓ କୋଏଲନଦୀ ଘାଟ ସମେତ ଅନ୍ୟାନ୍ୟ ପୋଖରୀ ଓ ନଦୀଘାଟରେ ବ୍ରତଧାରୀ ଓ ତାଙ୍କ ସମ୍ପର୍କୀୟଙ୍କ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଥିଲା। ରେଲୱେ କଲୋନି ପୋଖରୀରେ ଅସମ୍ଭାଳ ଭିଡ ଦେଖିବାକୁ ମିଳିଥିଲା। ମହାମାରୀ କରୋନାର ଦୁଇ ବର୍ଷ ପରେ ବ୍ରତଧାରୀମାନେ ନଦୀ ଓ ପୋଖରୀରେ ଛଟ୍ ପର୍ବ ପାଳନକୁ ଜିଲ୍ଲା ପ୍ରଶାସନର ଅନୁମତି ମିଳିଥିବାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା।
/sambad/media/post_attachments/wp-content/uploads/2022/10/8-29.jpg)
ପ୍ରତ୍ୟେକ ଘାଟରେ ବିଭିନ୍ନ ଛଟ୍ ପରିଚାଳନା କମିଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ବିହାର ସାଂସ୍କୃତିକ ପରିଷଦ, ଦୂତ ରାଉରକେଲା, ହିନ୍ଦୁ ଜାଗରଣ ମଞ୍ଚ, ସୋନକର ଯୁବ ମଞ୍ଚ, ଭାରତୀୟ ଛଟ ପୂଜା କମିଟି ସହ ଅନ୍ୟ କମିଟିଗୁଡିକର କର୍ମକର୍ତ୍ତାମାନେ ସମସ୍ତ ପ୍ରକାର ସହଯୋଗ କରିଥିଲେ। ପ୍ରତ୍ୟେକ ଘାଟଗୁଡ଼ିକୁ ରଙ୍ଗବେରଙ୍ଗ ଆଲୋକମାଳାରେ ସଜ୍ଜିତ କରାଯାଇଛି। ଆସନ୍ତାକାଲି (ସୋମବାର) ଉଦିତ ସୂର୍ଯ୍ୟଙ୍କୁ ଶେଷ ଅର୍ଘ୍ୟ ଦେବା ପରେ ଛଟ ପର୍ବ ପାଳନ ଶେଷ ହେବ। ଉତ୍ତର ଭାରତର ଏହି ଗଣପର୍ବ ବିଶେଷ କରି ବିହାର, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶରେ ବେଶ୍ ଆନନ୍ଦ ଉତ୍ସାହର ପାଳିତ ହୋଇଥାଏ। ଛଟ୍ ପର୍ବର ଦୁଇ ଦିନ ପୂର୍ବରୁ ‘ନହାୟ ଖାୟ’ ସହ ଏହି ପର୍ବର ଶୁଭାରମ୍ଭ ହୋଇଥାଏ। ‘ଖରନା’ ପୂଜା ପରେ ବ୍ରତଧାରୀମାନେ ୩୬ ଘଣ୍ଟା ନିର୍ଜଳା ଉପବାସ ରହି ଏହି ପର୍ବକୁ ନିଷ୍ଠାର ସହ ପାଳନ କରିଥାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/7-23.jpg)