ଛଟ୍‌ ପୂଜା ବେଳେ ଅଘଟଣ : କୁଆଖାଇରେ ଭାସିଗଲେ ବାଳକ

ଭୁବନେଶ୍ୱର : ପୁଣି ଜୀବନ ନେଇଛି କୁଆଖାଇ। ଆଜି ସକାଳେ ଛଟ୍‌ ପୂଜା ଚାଲିଥିବା ବେଳେ ଅଘଟଣ ଘଟିଛି। ଜଣେ ୧୨ ବର୍ଷର ବାଳକ ଭାସି ଯାଇ ପ୍ରାଣ ହରାଇଛନ୍ତି। ତାଙ୍କୁ କିଛି ସମୟ ପରେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍‌ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଛନ୍ତି। ମୃତ ବାଳକ ଲକ୍ଷ୍ମୀସାଗର ଥାନା କେନାଲ ରୋଡ୍‌ରେ ରହୁଥିବା ଉଗ୍ରସେନ ସାହଙ୍କ ପୁଅ ଅମରଜିତ ସାହ ବୋଲି ଜଣାପଡ଼ିଛି। ଆଜି ସକାଳ ୭ଟା ‌ବେଳେ ଛଟ୍‌ ପୂଜା ପାଇଁ ସପରିବାର କୁଆଖାଇ ନଦୀ କୂଳକୁ ଯାଇଥିଲେ। ପରିବାରବର୍ଗ ପାଣିରେ ପଶି ପୂଜା କରିବା ବେଳେ ଅମରଜିତ ବୁଡ଼ି ଯାଇଥିଲେ। ମଞ୍ଚେଶ୍ବର ଥାନା ପୁଲିସ ଖବର ପାଇ କ୍ୟାପିଟାଲ ହସ୍‌ପିଟାଲରେ ପହଞ୍ଚିବା ସହ ଶବ ଜବତ କରି ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି।

ସମ୍ବନ୍ଧିତ ଖବର