ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର  ଯାତ୍ରା ସୋମବାର ଶାନ୍ତିଶୃଙ୍ଖଳା ତଥା ଉତ୍ସାହ ଓ ଉଦ୍ଦୀପନା ଭିତରେ ସମ୍ପନ୍ନ ହୋଇଛି। ଆଜି ମା ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ପୁଣି ରକ୍ତରଞ୍ଜିତ ହୋଇଛି ପୀଠ। ଏଠାରେ ଶହ ଶହ ପଶୁ ବଳି ପଡ଼ିଥିବା ଜଣାଯାଇଛି। ଛତର ଯାତ୍ରା ପାଇଁ ପାଖାପାଖି ୩୦ ହଜାର ଲୋକଙ୍କ ସମାଗମ ହୋଇଥିଲା। ଚଳିତ ବର୍ଷ ବ୍ୟାପକ ଭିଡକୁ ଦୃଷ୍ଟିରେ ରଖି ୧୨ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା ।

Advertisment

ଟ୍ରାଫିକ୍ ବ୍ୟବସ୍ଥାକୁ କଡ଼ାକଡି କରାଯିବା ସହ ଛତର ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥିଲା । ସହରର ବିଭିନ୍ନ ଛକରେ ପୋଲିସ ମୁତୟନ କରାଯାଇଥିଲା । ଚଳିତ ବର୍ଷ ବହୁ ସଂଖ୍ୟାରେ ସାଂସ୍କୃତିକ ଦଳ ସାମିଲ ହୋଇଥିଲେ । ଗତ ରାତିରେ ମହାଷ୍ଟମୀ ବଳି ପରେ ସକାଳୁ ୨ କିଲୋମିଟର ଜେନାଖାଲରେ ନବମୀ ପୂଜାର୍ଚ୍ଚନା ପରେ ମା’ଙ୍କ ଛତର ରୂପୀ ପ୍ରତିମା ବାହାରିଥିଲା ।