ଛତିଶଗଡ଼ରେ ପଙ୍ଗପାଳ ପହଞ୍ଚିବା ପରେ ମୁକାବିଲା ଲାଗି ରାଜ୍ୟ ସରକାର ଜାରି କଲେ ନିୟମାବଳୀ

ଭୁବନେଶ୍ବର: ପଙ୍ଗପାଳ ଛତିଶଗଡ଼ରେ ପହଞ୍ଚିଥିବାର ଖବର ମିଳିବା ପରେ ଓଡ଼ିଶା ସରକାର ଏଥିନେଇ ତତ୍ପରତା ଦେଖାଇଛନ୍ତି। ଛତିଶଗଡ଼-ମଧ୍ୟପ୍ରଦେଶ ସୀମାନ୍ତ କୋରିୟା ଜିଲ୍ଲାରେ ପଙ୍ଗପାଳଙ୍କୁ ଦେଖିବାକୁ ମିଳିଛି । କୋରିୟା ଜିଲ୍ଲାର ଭରତପୁରର ଗ୍ରାମାଞ୍ଚଳରେ ପଙ୍ଗପାଳକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଛନ୍ତି ।

ସୂଚନା ଅନୁସାରେ ଏମାନଙ୍କୁ ପ୍ରତିହତ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ନିୟମାବଳୀ ଜାରି କରାଯାଇଛି । ପଙ୍ଗପାଳ ନେଇ କୃଷି ଭବନରେ ସମୀକ୍ଷା ବୈଠକ ବସିଥିଲା ଏବଂ ବୈଠକ ପରେ କୃଷି ବିଭାଗର ସ୍ୱତନ୍ତ୍ର ସଚିବ ପଙ୍ଗପାଳ ମୁକାବିଲା ପାଇଁ ନିୟମାବଳୀ ଜାରି କରିଛନ୍ତି।

ଏଥିପାଇଁ ପ୍ରତ୍ୟେକ ଜିଲ୍ଲାରେ କଣ୍ଟ୍ରୋ ଲ ରୁମ୍ ଖୋଲାଯିବା ନେଇ ନିଷ୍ପତ୍ତି ହୋଇଛି । ସଚେତନ ରହିବା ପାଇଁ କ୍ଷେତ୍ର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ରାଜ୍ୟର ସମସ୍ତ ଜିଲ୍ଲାକୁ ଏହି ଏସଓପି ଜାରି କରାଯାଇଛି । ପଙ୍ଗପାଳ ଓଡ଼ିଶା ଆସିବ କି ନାହିଁ ତାହା ମୌସୁମୀ ଓ ପବନର ବେଗ ଉପରେ ନିର୍ଭର କରୁଛି । ଏ ନେଇ ବରିଷ୍ଠ ଅଧିକାରୀମାନେ ନଜର ରଖିଛନ୍ତି । ଚାଷୀଙ୍କୁ ସଚେତନ କରାଯାଉଛି । ୮ ଲକ୍ଷ ଚାଷୀ ହେଲ୍ପ ଲାଇନ ଗ୍ରୁପରେ ଅଛନ୍ତି । ସାଢେ ଛଅ ଲକ୍ଷ ଚାଷୀ ହ୍ୱାଟ୍ସଅପ ଗ୍ରୁପରେ ଅଛନ୍ତି । ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ସମେତ ଅନ୍ୟ ପଡ଼ୋଶୀ ରାଜ୍ୟ ଉପରେ ରାଜ୍ୟ ସରକାରଙ୍କ ତୀକ୍ଷ୍ଣ ନଜର ରହିଛି ।

 

ସମ୍ବନ୍ଧିତ ଖବର