ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଗତବର୍ଷ ଭଳି ଚଳିତ ଥର ମଧ୍ୟ ଶ୍ରୀଲିଙ୍ଗରାଜ ମନ୍ଦିରର ସିଂହଦ୍ବାର ଓ ବିନ୍ଦୁସାଗରରେ ପୟା ଶ୍ରାଦ୍ଧ ଓ ପିଣ୍ଡଦାନକୁ ବାରଣ କରାଯାଇଛି। କୋଭିଡ-୧୯ କଟକଣାକୁ ଦୃଷ୍ଟିରେ ରଖି ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ବିଏମ୍ସିର ଗାଇଡଲାଇନ ଅନୁସାରେ କୋଭିଡ-୧୯କୁ ଦୃଷ୍ଟିିରେ ରଖି ବିଏମ୍ସି ଏଭଳି ପଦକ୍ଷେପ ନେଇଛି। ଭୁବନେଶ୍ବରରେ କରୋନା ଭାଇରସ୍ ମହାମାରୀ ସଂପୂର୍ଣ୍ଣ ଭାବେ ନିୟନ୍ତ୍ରିତ ହୋଇପାରି ନାହିଁ। ତେଣୁ ଶ୍ରୀଲିଙ୍ଗରାଜଙ୍କ ସିଂହଦ୍ବାର ଓ ବିନ୍ଦୁସାଗରରେ ପ୍ରବଳ ଜନଗହଳି ହେବା ଦ୍ବାରା କରୋନା ବ୍ୟାପିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପୟାଶ୍ରାଦ୍ଧ ଓ ପିଣ୍ଡଦାନ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି।
ସେହିପରି ବିଏମ୍ସି ପକ୍ଷରୁ ଅନ୍ୟ ଏକ ଆଦେଶନାମା ଜାରି କରି କୁହାଯାଇଛି ଯେ, ଭୁବନେଶ୍ବର ମହାନଗର ନିଗମ ଅନ୍ତର୍ଗତ କୌଣସି ଜଳାଶୟରେ ଛଠପୂଜା ପାଳନ କରାଯାଇପାରିବ ନାହିଁ। ଭୁବନେଶ୍ବରର ଜଳାଶୟଗୁଡ଼ିକରେ ଛଠପୂଜା ପାଳନକୁ ସଂପୂର୍ଣ୍ଣ ରୂପେ ବାରଣ କରାଯାଇଛି। କୋଭିଡ-୧୯ ସ୍ଥିତିକୁ ଦୃଷ୍ଟିରେ ରଖି ବିଏମ୍ସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇ ଆଦେଶନାମା ଜାରି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/bindusagar-1-1.jpg)