ବ୍ରହ୍ମପୁର : ଛତ୍ରପୁରର ପୂର୍ବତନ ବିଧାୟକ ଦୈତାରୀ ବେହେରା (୮୪)ଙ୍କ ଆଜି ରାତିରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପରଲୋକ ହୋଇଯାଇଛି। ତାଙ୍କ ଘର ଗଂଜାମ ବ୍ଲକ୍ର ସୁବଳୟା ଗ୍ରାମରେ। ସେ ୧୯୩୬ ମସିହାରେ ଜନ୍ମ ଗ୍ରହଣ କରିଥିଲେ। ପ୍ରଥମେ ସାନରାମଚନ୍ଦ୍ରପୁର ପଂଚାୟତର ଦୁଇଥର ସରପଂଚ ଥିଲେ। ପରେ ଗଂଜାମ ପଞ୍ଚାୟତ ସମିତିର ଦୁଇ ଥର ଅଧ୍ୟକ୍ଷ ପଦରେ ରହିଥିଲେ। ୧୯୭୩ରୁ ୭୭ ଓ ୧୯୯୦ ଠାରୁ ୧୯୯୫ ପର୍ଯ୍ୟନ୍ତ କଂଗ୍ରେସ ଦଳରୁ ଛତ୍ରପୁର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଆଜି ରାତିରେ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ଅଣା ଯାଇଥିଲା। ସେଠାରେ ରାତି ୧୧ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଛତ୍ରପୁର ପୂର୍ବତନ ବିଧାୟକ ଦୈତାରୀ ବେହେରାଙ୍କ ପରଲୋକ
/sambad/media/post_attachments/wp-content/uploads/2020/01/daitari-behera.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)