ମେ’ ୧୧ରେ ବସିବ ଛତିଶା ନିଯୋଗ ବୈଠକ, ଅକ୍ଷୟ ତୃତୀୟା-ରଥ ଅନୁକୂଳ ନେଇ ହେବ ଆଲୋଚନା

ପୁରୀ: ଚଳିତ ମାସ ୧୧ ତାରିଖରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହେବ । ପ୍ରସ୍ତାବିତ ବୈଠକରେ ଅକ୍ଷୟ ତୃତୀୟ ନୀତିନିର୍ଘଣ୍ଟ, ରଥ ଅନୁକୂଳ ବିଷୟରେ ଆଲୋଚନା ହେବ । ଚନ୍ଦନଯାତ୍ରା ନେଇ ଚୂଡ଼ାନ୍ତ ଆଲୋଚନା ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଏହା ଚର୍ଚ୍ଚା ହୋଇଛି ।

ପୁରୀ ଜିଲ୍ଲାପାଳ, ବରିଷ୍ଠ ସେବାୟତ ଏବଂ ଶ୍ରୀମନ୍ଦିରର ଅନ୍ୟ ସେବାୟତଙ୍କ ଉପସ୍ଥିତିରେ ହୋଇଥିବା ଭିଡିଓ କନଫରେନ୍ସିଂରେ ଚର୍ଚ୍ଚା ହୋଇଛି ଯେ, ଲକ୍‌ଡାଉନ୍ ମେ’ ୧୯ ତାରିଖ ପର୍ଯ୍ୟନ୍ତ ଥିବାରୁ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ଶ୍ରୀମନ୍ଦିର ନୀତିକ୍ରାନ୍ତିରେ ନିୟୋଜିତ ସେବାୟତଙ୍କୁ ଟିକା ଦିଆଯିବ । କୋଭିଡ ସଂକ୍ରମିତ ସେବାୟତଙ୍କୁ ମେଡିସିନ କିଟ ଯୋଗାଇ ଦିଆଯିବ । କୋଭିଡ ସଂପର୍କିତ ତଥ୍ୟ ଯୋଗାଇବା ପାଇଁ ହେଲପ୍‌ଲାଇନ୍ ଜାରି ହେବ ।

ସମ୍ବନ୍ଧିତ ଖବର