ଖଡ଼ିଆଳ: ନୂଆପଡା ଜିଲ୍ଲାର ଜମି ଉପରେ ଏବେ ଛତିଶଗଡର ଆଖି ପଡିଛି । କେତେବେଳେ ନୂଆପଡା ସଦର ବ୍ଲକର ନଟେଇ ନାଳରେ ଚେକ୍ ଡ୍ୟାମ ନିର୍ମାଣ କରି ଜମି ଦଖଲ ପ୍ରୟାସ କରିଥିବା ବେଳେ ନୁଆଁମାଲପଡା ଗାଁ ପାଖରେ ଜମି ବିବାଦକୁ ନେଇ ଚର୍ଚ୍ଚାକୁ ଆସି ଥିଲା ଛତିଶଗଡ । ଏ ସମସ୍ୟାର ସମାଧାନ ଏ ଯାଏ ହୋଇ ନ ଥିବା ବେଳେ ଛତିଶଗଡ କିନ୍ତୁ ଚୁପ୍ ରହି ନାହିଁ । ଏବେ ଓଡିଶା ଜମିରେ ଥିବା ଓଡିଶାର ରାସ୍ତାର ନାଳରେ ଏକ ବ୍ରିଜ୍ ତିଆରି କରି ଜମିକୁ ନିଜର କରିବାକୁ ଉଦ୍ୟମ କରିଛି ଛତିଶଗଡ ।

Advertisment

publive-imageନୂଆପଡା ଜିଲ୍ଲା ସିନାପାଲି ତହସିଲ ଅନ୍ତର୍ଗତ କେନ୍ଦୁମୁଣ୍ତା ପଞ୍ଚାୟତର ଡଙ୍ଗରିପାଲି ଗାଁ । ଡଙ୍ଗରିପାଲି ଗାଁ ଓଡିଶାର ଶେଷ ସୀମାରେ ଥିବା ଗାଁ । କେନ୍ଦୁମୁଣ୍ତା ପଞ୍ଚାୟତରୁ ଡଙ୍ଗରିପାଲି ଗାଁକୁ ଯିବା ପାଇଁ ଏକ ପଞ୍ଚାୟତ ରାସ୍ତା ଅଛି । ଏ ରାସ୍ତାରେ ଓଡିଶା ସରକାର ଆଗରୁ ବିଭିନ୍ନ ଯୋଜନାରୁ ରାସ୍ତା କାମ ମଧ୍ୟ କରିଛନ୍ତି । ରାସ୍ତା ମଝିରେ ଧାଙ୍ଗରିନାଳ ନାମକ ଏକ ନାଳ ପଡେ । ଏହି ନାଳରେ ଛତିଶଗଡ ସରକାର ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ମନରେଗା ଯୋଜନାରେ ଏକ ବଡ ବ୍ରିଜ୍ ନିର୍ମାଣ କରି ଦେଇଛି । ଯାହାକି ଛତିଶଗଡ ସୀମାଠାରୁ ଓଡିଶା ଆଡକୁ ୫୦ ମିଟର ମାଡି ଆସିଛି।

publive-image

ଓଡିଶା ଜମିରେ ଓଡିଶାର ରାସ୍ତାରେ ଛତିଶଗଡ ସରକାର ଏତେ ବଡ ବ୍ରିଜ ତିଆରି କଲା, ହେଲେ ରାଜ୍ୟ ସରକାର କିମ୍ୱା ଜିଲ୍ଲା ପ୍ରଶାସନ ସୂରାକ ବି ପାଇ ପାରିଲା ନାହିଁ । ଏହି ବିଷୟ ନେଇ ଉପଜିଲ୍ଲାପାଳ ତରଣୀସେନ ନାଏକଙ୍କ ସହ ଯୋଗାଯୋଗ କରିଥିଲୁ ଯେ, ଅଭିଯୋଗର ତଦନ୍ତ ପାଇଁ ସିନାପାଲି ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ସୀମା ବିବାଦ ଥିବ, ଦୁଇ ରାଜ୍ୟର ଅଧିକାରୀ ବସି ସମାଧାନ କରିବେ ବୋଲି ପ୍ରକାଶ କରିଛନ୍ତି ।