ବିଜାପୁର: ମାଓବାଦୀଙ୍କ କବଜାରେ ଥିବା ଯବାନଙ୍କ ପ୍ରଥମ ଫଟୋ ଦେଖିବାକୁ ମିିଳିଛି । ଛତିଶଗଡ଼ ବିଜାପୁରରେ ମାଓବାଦୀଙ୍କ କବଜାରେ ଥିବା କୋବ୍ରା ବାହିନୀର ଯବାନ ରାକେଶ୍ବର ସିଂ ମନହସଙ୍କ ଫଟୋ ପ୍ରଥମ ଥର ପାଇଁ ହସ୍ତଗତ ହୋଇଛି । ଫଟୋରୁ ଜଣାପଡ଼ୁଛି ମାଓବାଦୀଙ୍କ କ୍ୟାମ୍ପରେ ସୁରକ୍ଷିତ ଅଛନ୍ତି ଯବାନ । ତେବେ ତାଙ୍କୁ ସୁରକ୍ଷିତ ଫେରାଇବା ଲାଗି ମଧ୍ୟସ୍ଥିଙ୍କ ତାଲିକା ପଠାଇବାକୁ ସନ୍ଦେଶ ଦେଇଛନ୍ତି ମାଓବାଦୀ ।
ଏଥିସହ ୩ ତାରିଖରେ ଯବାନଙ୍କଠାରୁ ଲୁଟିଥିବା ଅସ୍ତ୍ରଶସ୍ତ୍ରର ଫଟୋ ମଧ୍ୟ ଜାରି କରିଥିଲା ଦଣ୍ଡକାରଣ୍ୟ ସ୍ପେସାଲ ଜୋନାଲ କମିଟି । ଏକେ -୪୭, ଏଲଏମଜି, ୟୁବିଜିଏଲ, ଗ୍ରେନେଡ ଲଂଚର ସହ ୨ ହଜାର ଗୁଳି ଲୁଟିଥିବା ମାଓ ସଂଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସେହିପରି ଯବାନଙ୍କ ଗୁଳିମାଡ଼ରେ ଜଣେ ମହିଳା ମାଓବାଦୀଙ୍କ ସମେତ ୫ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ନେଇ ପ୍ରେସ ରିଲିଜ ଜାରି କରିଛି ନକ୍ସଲ ସଂଗଠନ । ବିଜାପୁର ଜୋନାଗୁଡ଼ା ଜଙ୍ଗଲରେ ନକ୍ସଲଙ୍କ ନରସଂହାର ପରେ ସିଆରପିଏଫ୍ ଯବାନ ରାକେଶ୍ବର ସିଂ ମନହସଙ୍କ ଖୋଜଖବର ମିଳି ନଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Missing-Rakeswar-Pic-From-Naxal-Camp_Thumbnail.jpg)