ମାଲକାନଗିରି: ଓଡ଼ିଶା ସୀମା ଭିତରେ ସୀମା ଚିହ୍ନଟ ଆଳରେ ପ୍ରାୟ ୩ କିଲୋମିଟର ଜଙ୍ଗଲ ଜମିକୁ କାଟି ସଫା କରିଦେଇଥିବା ଘଟଣାରେ ଛତିଶଗଡ଼ ନିଜ ଭୁଲ ସ୍ବୀକାର କରିଛି। ମାଲକାନଗିରି ମାଥିଲି ବ୍ଲକ ସୀମାନ୍ତ ଅଂଚଳରେ ଛତିଶଗଡ଼ ସୀମାରେ ରହିଥିବା ଟେମୁରୁପଲ୍ଲୀ ପଂଚାୟତର ଜଙ୍ଗଲକୁ ଛତିଶଗଡ଼ର ଚିନ୍ତାଲନାଡ଼ ଗ୍ରାମର ଲୋକେ ଓଡ଼ିଶା ଭିତରେ ପଶି କାଟି ଦେଇଥିବା ସ୍ବୀକାର କରିଛନ୍ତି।
/sambad/media/post_attachments/wp-content/uploads/2022/09/IMG-20220922-WA0038-750x430-1.jpg)
ଉଭୟ ଓଡ଼ିଶା ଓ ଛତିଶଗଡ଼ର ବନ ବିଭାଗର ଅଧିକାରୀ ଏକାଠି ହୋଇ ସମସ୍ୟାର ସମାଧାନ ପରେ ଚିନ୍ତାଲନାଡ଼ ଗ୍ରାମବାସୀ ସ୍ବୀକାର କରିଛନ୍ତି ଯେ, ସୀମା ନିର୍ଦ୍ଧାରଣ କରିବା ସମୟରେ ଆମେ ଗଛ କାଟିଦେଇଥିଲୁ। ଆଗାମୀ ଦିନରେ ଏହି ପ୍ରକାରର ଭୁଲ କରିବୁ ନାହିଁ। ଆଗାମୀ ଦିନରେ ଯଦି ଏହିଭଳି କାମ କରିବାକୁ ପଡେ, ତା’ହେଲେ ଓଡ଼ିଶାବାସୀଙ୍କ ଉପସ୍ଥିତିରେ କରିବୁ ଏବଂ ସମସ୍ତ ବିଭାଗୀୟ କର୍ମଚାରୀଙ୍କ ଉପସ୍ଥିତିରେ ସୀମାଙ୍କନ କରିବୁ। ସେମାନେ କହିଛନ୍ତି ଯେ, ଆମେ ଗ୍ରାମପଂଚାୟତ ଚିନ୍ତାଲନାଡ଼କୁ ଯାଇ ଗ୍ରାମସଭା କରିବୁ ଏବଂ ସମସ୍ତଙ୍କୁ ଗଛ ନ କାଟିବା ପାଇଁ ବୁଝାଇବୁ।
/sambad/media/post_attachments/wp-content/uploads/2022/09/Mkg-CG-odisha-border-re-tree-cutting-meeting-1-e1664020157796.jpg)
ସୂଚନାଯୋଗ୍ୟ, ସୀମା ଚିହ୍ନଟ ଆଳରେ ଛତିଶଗଡ ପ୍ରଶାସନ ଓଡ଼ିଶାର ପ୍ରାୟ ୩ କିମି ଜଙ୍ଗଲକୁ କାଟି ଦେଇଥିଲା। କୋଟିଆ ଭଳି ମାଲକାନଗିରି ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଂଚଳରେ ଓଡ଼ିଶା ଓ ଛତିଶଗଡକୁ ନେଇ ବିବାଦ ଉଠିଥିଲା। ଖବର ପାଇ ମାଥିଲି ତହସିଲ ଟିମ୍ ପାହାଡ ଡେଇଁ ସମାଧାନ କରିବାକୁ ଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/Mkg-CG-odisha-border-re-tree-cutting-meeting-3.jpg)