ପୁରୀ : ରଥଯାତ୍ରା ଉପଲକ୍ଷେ ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ ଶନିବାର ଅପରାହ୍ଣ ୫ଟାରେ ନୀଳାଦ୍ରି ଭକ୍ତନିବାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ। ଆଗକୁ ସ୍ନାନଯାତ୍ରା ସହ ଅନ୍ୟାନ୍ୟ ନୀତିକାନ୍ତି ଥିବାରୁ ଏହା ଉପରେ ବିସ୍ତୃତ ଆଲୋଚନା ହେବ। ନୀତିକାନ୍ତି ଚୂଡ଼ାନ୍ତ ହେବ।
ବୈଠକରେ ଚଳିତବର୍ଷର ରାଜେନ୍ଦ୍ରାଭିଷେକ ନୀତିଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତିକାନ୍ତି ନିର୍ଘଣ୍ଟ ହେବ। ଚଳିତବର୍ଷର ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ାଯାତ୍ରା ବ୍ୟବସ୍ଥାବଳୀ ଅନୁମୋଦନ ହେବ। ସଭାପତିଙ୍କ ଅନୁମୋଦନକ୍ରମେ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ହେବ। ଏ ନେଇ ସମସ୍ତ ନି ଯୋଗର ସଭାପତି, ସଂପାଦକଙ୍କ ସହ ବରିଷ୍ଠ ସେବାୟତଙ୍କୁ ବୈଠକରେ ଯୋଗଦେବାକୁ ଚିଠି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/srimandir-ddd.jpg)